ଲାଞ୍ଚ ନଦେବାରୁ ମିଳିପାରିଲାନି ସହାୟତା, ଶେଷରେ ନିରାଶ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ

ଖୋର୍ଦ୍ଧା: ଗ୍ରାମୀଣ ଆବାସ ପାଇଁ ଲାଞ୍ଚ ନଦେବାରୁ ସହାୟତା ମିଳିପାରିଲାନି। ଆଉ ସହାୟତା ନ ମିଳିବାରୁ ଶେଷରେ ନିରାଶ ହୋଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ମୃତକଙ୍କ ନାଁ ଲକ୍ଷ୍ମୀଧର ବେହେରା।

ଗତକାଲି ନିରାକାରପୁର ପଞ୍ଚାୟତ ଗହିରଆଡିଆ ନାଳ ନିକଟରୁ ଲକ୍ଷ୍ମୀଧରଙ୍କ ମୃତଦେହ ମିଳିଥିଲା। ତେବେ ସେ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା।

ହେଲେ ମୃତ୍ୟୁ ପୂର୍ବରୁ ସେ କରିଥିବା ଏକ ଭିଡିଓ ଏବେ ଭାଇରାଲ ହୋଇଛି। ଯେଉଁଥିରେ ସେ ସରକାରୀ ଅଧିକାରୀଙ୍କୁ ଅତି କାକୁତି ମିନତି ହେଉଥିବାର ଦେଖିବାକୁ ମିଳିଛି। ଘର ଖଣ୍ଡିଏ ପାଇଁ ସେ ନିବେଦନ କରୁଥିବା ଦେଖିବାକୁ ମିଳିଛି।

‘ପ୍ରତିଦିନ ମୂଲ ଲାଗି ରୋଜଗାର କରୁଛନ୍ତି। ଯାହା ପରିବାର ପାଇଁ ନିଅଣ୍ଟ। ତେବେ ସରକାରୀ ସହାୟତା ପାଇଁ ଅଧିକାରୀ ତାଙ୍କୁ ଲାଞ୍ଚ ମାଗିଥିବା ଲଷ୍ମୀଧର ଅଭିଯୋଗ କରିଛନ୍ତି। ସରକାରୀ ଅଧିକାରୀ ଏଥିପାଇଁ ୧୫ରୁ ୨୦ ହଜାର ଟଙ୍କା ଦାବି କରୁଛନ୍ତି’ ବୋଲି ଲକ୍ଷ୍ମୀଧର ଏହି ଭିଡିଓରେ କହୁଥିବା ଦେଖିବାକୁ ମିଳୁଛି।

ଅନ୍ୟପଟେ ଏହି ଘଟଣାକୁ ନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

You might also like