ଭଉଣୀର ସିନ୍ଦୂର ପୋଛିଲେ ଭାଇ!

ବଲାଙ୍ଗିର: ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କର୍ଲାବାହାଲି ଗାଁରେ ଏହି ଘଟଣା ଘଟିଛି। ମୃତକଙ୍କ ନାଁ ଦିଲୀପ ଛୁରା।

ପୁଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲୀପ ଚାଉଳଶୁଖା ଗାଁର ଗୌରୀଙ୍କୁ ବାହା ହୋଇଥିଲେ। ସେମାନଙ୍କର ଦୁଇଟି ପିଲା ଅଛନ୍ତି। ଗତ ୨୩ ତାରିଖ ଦିନ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ ଗୌରୀ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ଓ ଆସି ତାଙ୍କୁ ଘରକୁ ନେଇ ଯିବାକୁ କହିଥିଲେ। ସନ୍ଧ୍ୟାରେ ତାଙ୍କର ଦୁଇ ଭାଇ ଆସିଥିଲେ। ସେମାନେ ଦିଲୀପଙ୍କୁ ଖୁବ୍ ମାଡ଼ ମାରିଥିଲେ। ଏଥିରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ପରେ ଦିଲୀପଙ୍କୁ ତାଙ୍କ ମା’ ଡାକ୍ତରଖାନା ନେଇଥିଲେ। ତାଙ୍କୁ ଡାକ୍ତର ଚିକିତ୍ସା କରିଥିଲେ। ତେବେ ତାଙ୍କୁ ଭଲ ଚିକିତ୍ସା ପାଇଁ ବାହାରକୁ ନେବାକୁ କହିଥିଲେ। ପଇସା ନଥିବାରୁ ଦିଲୀପଙ୍କୁ ନେଇ ପାରି ନଥିଲେ। ସେ ତାଙ୍କୁ ଘରକୁ ନେଇ ଆସିଥିଲେ। ଗତକାଲି ସକାଳେ ଘରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

 

 

You might also like