• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ପାଣିପାଗରେ ସତେ ଯେମିତି ଉଷ୍ମତା ଭରିଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଲକାତା ଗସ୍ତରେ ଯାଇ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ନ୍ୟାସନାଲ ଲାଇବ୍ରେରୀ, ନେତାଜୀ ଭବନ, ଭିକ୍ଟୋରିଆ ମେମୋରିଆଲ୍‌ରେ ମୋଦି, ନେତାଜୀଙ୍କ ସ୍ମାରକୀ ବୁଲି ଦେଖିଥିଲେ। ତେବେ ଭିକ୍ଟୋରିଆ ମେମୋରିଆଲ୍ ପରିସରରେ ଆୟୋଜିତ ଉତ୍ସବର ଭାଷଣରେ ପ୍ରଧାନମନ୍ତ୍ରୀ,ନେତାଜୀଙ୍କ ବୀରତ୍ୱ ଓ ସାହାସକୁ ମନେ ପକାଇ ଆଜିର ଦିନରେ ଆତ୍ମଗୌରବର ଜନ୍ମ ହୋଇଥିଲା ବୋଲି କହିଥିଲେ। ତାସହ ନେତାଜୀ ସୋନାର ବାଂଲାର ପ୍ରେରଣା ବୋଲି କହିଥିଲେ ମୋଦି। ତେବେ କାର୍ଯ୍ୟକ୍ରମ ଆରମ୍ଭରେ ଜୟ ଶ୍ରୀରାମ ଓ ମୋଦି ନାରାକୁ ବିରୋଧ କରି ଭାଷଣ ଦେଇନଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଉତ୍ସବକୁ ନିମନ୍ତ୍ରଣ ଦେଇ ଅପମାନିତ କରିବା ଠିକ୍ ନୁହେଁ ବୋଲି କହିଥିଲେ ଦିଦି।

ଦୁନିଆର କୌଣସି ଶକ୍ତି ନାହିଁ ଯିଏ ଭାରତକୁ ଆତ୍ମନିର୍ଭରରୁ ରୋକିପାରିବ। ଆଜି ସାରା ଦେଶବାସୀଙ୍କୁ ସଶକ୍ତ କରିବାକୁ ପ୍ରୟାସ ଚାଲିଛି। ସମସ୍ତଙ୍କୁ ସ୍ୱାସ୍ଥ୍ୟ ସୁବିଧା ଦେବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ନୂଆ ଶିକ୍ଷା ନୀତି ଲାଗୁ କରାଯାଇଛି, ନୂଆ ଭାରତ ଆକାର ନେଉଛି। ଆଜି ଭାରତର ଉନ୍ନତି ଦେଖିଥିଲେ ନେତାଜୀଙ୍କୁ କିଭଳି ଲାଗିଥାନ୍ତା? ବିଶ୍ୱକୁ ଭ୍ୟାକ୍ସିନ ଦେବା ଦେଖିଥିଲେ ନେତାଜୀ କେତେ ଖୁସି ହୋଇଥାନ୍ତେ। ନିଜ ଲକ୍ଷ୍ୟ ହାସଲ ପାଇଁ ଅନବରତ ପ୍ରୟାସ ନେତାଜୀଙ୍କ ଠାରୁ ଶିଖ। ନିଜ ସିଦ୍ଧାନ୍ତକୁ ପୂରା କରିବାକୁ ସେ ଯେକୌଣସି ସ୍ତରକୁ ଯାଉଥିଲେ। ଆତ୍ମନିର୍ଭର ଭାରତର ନେତୃତ୍ୱ ଆଜି ବେଙ୍ଗଲକୁ ନେବାର ଅଛି। ନେତାଜୀଙ୍କ ଭଳି ଆମ ସଂକଳ୍ପର ପ୍ରାପ୍ତି ପାଇଁ ଅଟକିବାର ନାହିଁ।
-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସେପଟେ ନେତାଜୀ ଜୟନ୍ତୀକୁ ଦେଶନାୟକ ଦିବସ ଭାବେ ପାଳନ କରି କୋଲକାତାରେ ଆଜି ବିଶାଳ ପଦଯାତ୍ରା କରିଥିଲା ଟିଏମ୍‌ସି। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଷଣରେ ସିଧା ସିଧା କେନ୍ଦ୍ରକୁ ଟାର୍ଗେଟ୍ କରିଥିଲେ। କହିଥିଲେ ଇଂରେଜ ଶାସନ ସମୟରେ ରାଜଧାନୀ ଭାବେ ଦେଶରେ ରାଜ୍ କରୁଥିବା କୋଲକାତାକୁ ଏବେ ଅବହେଳା କାହିଁକି ?

ରାଜାରହାଟ ଅଞ୍ଚଳରେ ଆଜାଦ୍ ହିନ୍ଦ୍ ଫୌଜ୍ ନାମରେ ନାମିତ ଏକ ସ୍ମାରକୀ ର୍ନିମାଣ କରାଯିବ। ରାଜ୍ୟ ସରକାରଙ୍କ ପାଣ୍ଠିରେ ନିର୍ମିତ ହେଉଥିବା ଏକ ବିଶ୍ୱବିଦ୍ୟାଳୟ ମଧ୍ୟ ନେତାଜୀଙ୍କ ପ୍ରତି ଉତ୍ସର୍ଗ କରାଯିବ। ଏବର୍ଷ କୋଲକାତାରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ୍ ମଧ୍ୟ ନେତାଜୀଙ୍କ ପ୍ରତି ଉତ୍ସର୍ଗ କରାଯିବ। ଆସନ୍ତା ବର୍ଷ ଜାନୁଆରୀ ୨୩ ତାରିଖ ଯାଏଁ ବର୍ଷେ ବ୍ୟାପୀ ପାଳନ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ନିମନ୍ତେ ପଶ୍ଚିମବଙ୍ଗ ସରକାର ଏକ କମିଟି ମଧ୍ୟ ଗଠନ କରିଛନ୍ତି।
-ମମତା ବାନାର୍ଜୀ

ଦେଶରେ ଗୋଟିଏ ନୁହେଁ ୪ ଦିଗରେ ଚାରିଟି ରାଜଧାନୀ ପ୍ରତିଷ୍ଠା କରିବାକୁ ତାଙ୍କ ଦଳ ଦାବି କରୁଛି। ତାସହ ନେତାଜୀଙ୍କ ଜନ୍ମତିଥିକୁ ଏଯାଏଁ କେନ୍ଦ୍ର ସରକାର କାହିଁକି ସାର୍ବଜନୀନ ଛୁଟି ଘୋଷଣା କରି ନାହାନ୍ତି ଓ ନେତାଜୀଙ୍କ ସ୍ୱପ୍ନର ଯୋଜନା ଆୟୋଗକୁ ହଟାଇ ନୀତି ଆୟୋଗ କାହିଁକି କରାଗଲା ବୋଲି ପ୍ରଶ୍ନ କରିଥିଲେ। ଏମିତିକି ବିଶ୍ୱକବି ରବୀନ୍ଦ୍ର ନାଥ ଟେଗୋର ନେତାଜୀଙ୍କୁ ଦେଇଥିବା ଉପାଧି ଅନୁସାରେ ତାଙ୍କ ଜନ୍ମଦିନକୁ ଦେଶନାୟକ ନାମରେ ନାମିତ କରାଯାଇଥିବା ଯୁକ୍ତି ବାଢିଥିଲେ ମମତା। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କ ଜନ୍ମ ଦିନକୁ ପରାକ୍ରମ ଦିବସର ନାଁ ଦେଲା ତାହା ବୁଝିପାରୁ ନାହାନ୍ତି ବୋଲି କହିଥିଲେ।

ଏପ୍ରିଲରେ ପଶ୍ଚିମବଙ୍ଗରେ ହୋଇପାରେ ବିଧାନସଭା ନିର୍ବାଚନ। ଟିଏମ୍‌ସିକୁ କ୍ଷମତାଚ୍ୟୁତ କରି ବେଙ୍ଗଲରେ ପଦ୍ମ ଫୁଟାଇବାକୁ ପଣ କରିଛି ବିଜେପି। ତେବେ ମୋଦି ଓ ଦିଦିଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ଯୁଦ୍ଧର ଝଲକ ବି ଆଜି ଭିକ୍ଟୋରିଆ ମେମୋରିଆଲ ପରିସରରେ ବି ଦେଖିବାକୁ ମିଳିଥିଲା। ନେତାଜୀ ଜୟନ୍ତୀ ଉତ୍ସବ କାର୍ଯ୍ୟକ୍ରମରେ ଉଭୟେ ଏକାଠି ବୁଲୁଥିଲେ ଓ ଗୋଟିଏ ମଞ୍ଚରେ ବସିଥିଲେ ବି ବାରି ହୋଇ ପଡୁଥିଲା ଦୂରତ୍ୱ।

https://twitter.com/otvkhabar/status/1353026412106682371?s=20

Mamata-questioned-why-should-there-be-only-one-capital-city
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories