• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ମାଲକାନଗିରି: ଉଚ୍ଚ ଶିକ୍ଷିତ ହୋଇ ବି ଏବେ ପାଲଟିଛନ୍ତି ଜଙ୍ଗଲ ବୟ। ଜଙ୍ଗଲରେ ସମୟ ବିତାଇବା ସହ ପଶୁ, ପକ୍ଷୀଙ୍କ ଗହଳିରେ ଜୀବନ କାଟୁଛନ୍ତି ଏହି ଯୁବକ।

ଭୋପାଳ ଏନଆଇଟିରେ ଏମ୍‌ଟେକ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ମାଲକାନଗିରି ଜିଲ୍ଲା ଏମଭି-୭୯ ଗାଁର ରବୀନ୍ଦ୍ର ମଣ୍ଡଳଙ୍କ ପୁଅ ରାଜେଶ ମଣ୍ଡଳ। ହେଲେ ଚାକିରି ପ୍ରତି ରାଜେଶ ମନ ନ ଦେଇ ଏବେ ଜଙ୍ଗଲ ବୟ ପାଲଟିଛନ୍ତି। ଏମ୍‌ଟେକ୍ ସରିଲା ପରେ ସେ ଚାକିରି ପଛରେ ନ ଧାଇଁ ଅନ୍ୟ ପାଇଁ କିଛି କରିବାର ଆଶାରେ ସେ ଏବେ ପାଲଟି ଯାଇଛନ୍ତି ପ୍ରକୃତି ମଣିଷ।

ବିୟର୍‌ ଗ୍ରିଲ୍ସଙ୍କ ପ୍ରୋଗ୍ରାମରେ ଅନୁପ୍ରେରିତ ହୋଇ ଜଙ୍ଗଲରେ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ବଞ୍ଚି ରହିବାର ଜ୍ଞାନକୌଶଳ ଶିଖିବା ସହ ପ୍ରଶିକ୍ଷଣ ଦେଉଛନ୍ତି ରାଜେଶ। ଭୋକ ଲାଗିଲେ ଜଙ୍ଗଲି ଖାଦ୍ୟ ପ୍ରସ୍ତୁତ କରି ଖାଇବା ସହ ଜୀବଜନ୍ତଙ୍କୁ ସେ ସାମ୍ନା ମଧ୍ୟ କରିପାରୁଛନ୍ତି।

ଜଙ୍ଗଲି ଜନ୍ତୁଙ୍କୁ ନେଇ ସେ ଅଧିକ ଗବେଷଣା କରିବାକୁ ଚାହୁଁଛନ୍ତି। ପ୍ରଥମେ ରାଜେଶଙ୍କ ପରିବାର ଲୋକେ ତାଙ୍କର ଏଭଳି କାର୍ଯ୍ୟ ପ୍ରତି ଅରାଜି ଥିଲେ, ହେଲେ ପରେ ତାଙ୍କର ଏଭଳି କାର୍ଯ୍ୟ ପ୍ରତି ସମ୍ମତ ପ୍ରକାଶ କରିଥିଲେ ପରିବାର ଲୋକେ।

Malkangiri-youth-turned-into-jungle-boy
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories