ସେବାଶ୍ରମ ଛାତ୍ରୀ ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ହେଡ୍‌ସାର୍‌ଙ୍କ ଯୌନ ଶୋଷଣରୁ ଅତିଷ୍ଠ ହୋଇ ଜୀବନ ହାରିଥିଲେ ଛାତ୍ରୀ

ମାଲକାନଗିରି  : ସେବାଶ୍ରମରେ ଯୌନ ଶୋଷଣ । ଜଣଙ୍କ ପରେ ଜଣେ କିଶୋରୀଙ୍କ ଇଜ୍ଜତ ସହ ଖେଳିଛନ୍ତି ହେଡ୍‌ସାର୍‌ । ଗୁରୁ ନାଁରେ କଳଙ୍କ ବୋଳି ଦେଇଛନ୍ତି ଏହି ବ୍ୟକ୍ତି ଜଣକ। ଯାହାଙ୍କ ନାଁ ବିଶ୍ୱଜିତ ସରକାର। ମାଲକାନଗିରି ଜିଲ୍ଲାର ଏକ ଛାତ୍ରୀ ସେବାଶ୍ରମର ପ୍ରଧାନ ଶିକ୍ଷକ ଏହି  ବିଶ୍ୱଜିତ ସରକାର। ଏହି କଳଙ୍କିତ ଗୁରୁଙ୍କ ଦ୍ୱାରା ଯୌନ ଶୋଷଣର ଶୀକାର ହୋଇ ଜୀବନ ହାରିଥିବା ଛାତ୍ରୀଙ୍କ ନୋଟ୍‌ବୁକ୍‌ରୁ ମିଳିଛି ଏଭଳି ଚାଞ୍ଚଲ୍ୟକର ସୁରାଗ୍।

ମିଳିଥିବା ତଥ୍ୟ ଅନୁଯାୟୀ, ଦଶମ ଶ୍ରେଣୀର ଏହି ଛାତ୍ରୀଙ୍କୁ ବିଭିନ୍ନ ଅାଳ ଦେଖାଇ ଯୌନ ଶୋଷଣ କରିଅାସିଥିଲେ ପ୍ରଧାନଶିକ୍ଷକ ବିଶ୍ୱଜିତ୍ ସରକାର। ଶେଷରେ ସହ୍ୟ କରିନପାରି ସଂପୃକ୍ତ ଛାତ୍ରୀ ଜଣକ ଗତ ଦୁଇ ଦିନ ତଳେ ନିଜର ହାତ କାଟି ଅାତ୍ମହତ୍ୟା କରିଥିଲେ। କିନ୍ତୁ ତା ପୂର୍ବରୁ ନୋଟ୍‌ବୁକ୍‌ରେ ଲେଖିଦେଇଥିଲେ ହେଡ୍ ସାରଙ୍କ ହେଟ୍ ଷ୍ଟୋରୀ।

ଜଣେ କି ଦୁଇ ଜଣ ନୁହଁନ୍ତି। ଏମିତି ଅନେକ ନୀରିହ ନାବାଳିକାଙ୍କୁ ନିଜ ଜାଲରେ ଫସାଇ ସାରିଛନ୍ତି ଏହି ପ୍ରଧାନଶିକ୍ଷକ। ସେବାଶ୍ରମର ଅନ୍ୟ ଜଣେ ଅନ୍ତେବାସିନୀ ମଧ୍ୟ ଆଣିଛନ୍ତି ସମାନ ଅଭିଯୋଗ। ଅାଉ ସମସ୍ତ ଅଭିଯୋଗ ଅାଧାରରେ ଏବଂ ତଥ୍ୟପ୍ରମାଣକୁ ଭିତ୍ତି କରି ପୁଲିସ୍‌ ସଂପୃକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

ତେବେ ପ୍ରଶ୍ନ ଉଠୁଛି, ଏଭଳି ଜଣେ ସୈତାନୀ ମାନସିକଧାରୀ ବ୍ୟକ୍ତିଙ୍କୁ କେଉଁ ଚରିତ୍ର ପଞ୍ଜିକା ଅାଧାରରେ ନିଯୁକ୍ତି ଦିଅାଯାଇଥିଲା ଏହି ଛାତ୍ରୀ ସେବାଶ୍ରମରେ ? କାହାର ଛତ୍ରଛାୟାରେ କ୍ରମାଗତ ୩ ବର୍ଷ ଧରି ଏକ ଛାତ୍ରୀ ସେବାଶ୍ରମରେ ପ୍ରଧାନଶିକ୍ଷକ ଥିଲେ ସେ ? ଛାତ୍ରୀ ସେବାଶ୍ରମରେ ମହିଳା ପ୍ରଧାନ ଶିକ୍ଷୟିତ୍ରଙ୍କ ବଦଳରେ ଜଣେ ପୁରୁଷଙ୍କୁ ନିଯୁକ୍ତ କରାଯାଇଥିଲା କାହିଁକି ?

ସେବାଶ୍ରମରେ ଯୌନ କେଳଙ୍କାରୀର ଏହି ଅଭିଯୋଗ ପ୍ରଥମ ଘଟଣା ନୁହେଁ, କୁମାରୀ ମାତୃତ୍ୱ ନେଇ ପୂର୍ବରୁ ବାରମ୍ବାର ରାଜ୍ୟର ବିଭିନ୍ନ ସେବାଶ୍ରମରୁ ଅଭିଯୋଗ ଅାସିଥିଲା।

ଆହୁରି ପଢ଼ନ୍ତୁ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

You might also like