ଠିକାଦାରଙ୍କୁ ହାଣିଲେ, ଗାଡିକୁ ଜାଳିଦେଲେ
ମାଲକାନଗିରି: ମାଲକାନଗିରି ମାଥିଲି ଥାନା ଗୋଲିଆରେ ମାଓବାଦୀଙ୍କ ବର୍ବରକାଣ୍ଡ। ଜଣେ ଠିକାଦାରକୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ମାଓବାଦୀ। ତାଙ୍କ ନାଁ ସୁକୁମାର ମଣ୍ଡଳ ବୋଲି ଜଣାଯାଇଛି। ଏଥିସହ ରାସ୍ତା କାର୍ଯ୍ୟରେ ନିୟୋଜିତ ୧ ବୋଲେରୋ, ୧ ପ୍ରୋକ୍ଲିନ୍ ମେସିନ୍ ସହ ୩ଟି ଗାଡ଼ି ପୋଡ଼ି ଦେଇଛନ୍ତି ମାଓବାଦୀ।
ଆଜି ସକାଳେ ୧୫ରୁ ୨୦ ଜଣ ମାଓବାଦୀ ରାସ୍ତା କାର୍ଯ୍ୟ ବନ୍ଦ କରିବା ସହ ଗାଡିରେ ନିଆଁ ଲଗାଇ ଦେଇଥିଲେ। ମାଓବାଦୀଙ୍କ ବର୍ବରକାଣ୍ଡ ପରେ ସେହି ଅଂଚଳରେ କମ୍ବିଂ ଅପରେସନ ଆରମ୍ଭ ହୋଇଛି ।