ମାଲକାନଗିରି ବାହ୍ୟ ଜଗତରୁ ବିଚ୍ଛିନ୍ନ

ପାଙ୍ଗାମ ନଦୀରେ ବନ୍ୟା

ମାଲକାନଗିରି : ଲଘୁଚାପ ବର୍ଷାରେ ମାଲକାନଗିରିରେ ବେହାଲ ଜନଜୀବନ। ଗତକାଲି ରାତିରୁ ମାଲକାନଗିରି ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁଁ ୨ଟି ସ୍ଥାନରେ ରାସ୍ତା ଓ ପୋଲ ଉପରେ ଚାଲିଛି ୫ ଫୁଟ୍‌ର ବର୍ଷାପାଣି।

କୋରକୋଣ୍ଡା ଓ ଏମ୍ଭି-୩୭ ଗାଁରେ ପୋଲ ଓ ରାସ୍ତା ବୁଡିଯାଇଛି। ପାଣି ଚାଲୁଥିବାରୁ ରାସ୍ତାର ଦୁଇ ପଟରେ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଛି। ବର୍ଷା ପାଣି ବଢୁଥିବାରୁ ଜଳସ୍ତର ଧିରେ ଧିରେ ବଢିବାରେ ଲାଗିଛି। ମାଲକାନଗିରି ଓ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଜିଲ୍ଲା ମୁଖ୍ୟାଳୟ ସହ ସେମାନଙ୍କର ସମ୍ପର୍କ ବିଚ୍ଛିନ୍ନ ହୋଇଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

 

You might also like