ପୁଣି ଖାକିରେ ଦାଗ, ମାଲକାନଗିରି ଡିଏସପି ଥାନାରେ ଅଟକ

କଳାହାଣ୍ଡି: ପୁଣି ଖାକିରେ ଦାଗ। ମହିଳା କନଷ୍ଟେବଳଙ୍କୁ ପ୍ରେମ, ବିବାହ ପରେ ପ୍ରତାରଣା ଅଭିଯୋଗରେ ଥାନାରେ ଅଟକ ମାଲକାନଗିରି ଡିଏସପି ଅକ୍ଷୟ ନାୟକ। ମହିଳା କନଷ୍ଟେବଳଙ୍କ ଅଭିଯୋଗ ଆଧାରରେ କେସିଙ୍ଗା ପୋଲିସ ତାଙ୍କୁ ଥାନାକୁ ଆଣି ଅଟକ ରଖିଥିଲା। ପୂର୍ବରୁ କଳାହାଣ୍ଡି କେସିଙ୍ଗାରେ SDPO ଥିଲେ ଅଭିଯୁକ୍ତ ଅକ୍ଷୟ ନାୟକ। ସେଠାରେ ଜଣେ ମହିଳା କନଷ୍ଟେବଳଙ୍କୁ ପ୍ରେମ ଓ ପ୍ରତାରଣା କରି ପରେ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ନେଇ ମହିଳା ଜଣକ କେସିଙ୍ଗା ଥାନାରେ ଅଭିଯୋଗ କରିଥିଲେ। ତେବେ କେସିଙ୍ଗା ପୋଲିସ ଆଜି ଅଭିଯୁକ୍ତ ଡିଏସପି ଅକ୍ଷୟ ନାୟକଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲେ ମଧ୍ୟ ସେ ହାଇକୋର୍ଟରୁ ଆଗୁଆ ଜାମିନ୍ ଆଣିଥିବାରୁ ତାଙ୍କୁ ଗିରଫ ନକରି ଛାଡ଼ି ଦେଇଛି।

ସେପଟେ କଟକ ନରସିଂହପୁର ପୋଲିସ୍ ବିରୋଧରେ ସାଂଘାତିକ ଅଭିଯୋଗ। ନରସିଂହପୁର ଥାନାର ଜଣେ ପୋଲିସ୍ ଅଧିକାରୀ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ୩ ଦିନ ଧରି ଥାନାରେ ଅଟକ ରଖିବା ସହ ବେଆଇନ୍ ଭାବେ ତାଙ୍କ ଗର୍ଭ ପରୀକ୍ଷା କରାଇଥିବା ଅଭିଯୋଗ ଆସିଛି। ବିନା ମହିଳା ପୋଲିସରେ ଏସବୁ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି।

You might also like