ସରକାରୀ ଡାକ୍ତରଖାନାରେ ନିଜ ପତ୍ନୀଙ୍କ ପ୍ରସବ କରାଇଲେ ଜିଲ୍ଲାପାଳ

ମାଲକାନଗିରି : ସରକାରୀ ଡାକ୍ତରଖାନାରେ ନିଜ ସ୍ତ୍ରୀଙ୍କ ପ୍ରସବ କରାଇଲେ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରଓ୍ୱାଲ। କିଛି ଦିନ ଧରି ଟିକ୍‌ ଟକ୍‌ ଭିଡିଓକୁ ନେଇ ଚର୍ଚ୍ଚାରେ ରହିଥିବା ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ଚରିତ୍ରକୁ ସୁଧାରିବା ପାଇଁ ଜିଲ୍ଲାପାଳ ଏପରି ପଦକ୍ଷେପ ନେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ଚାରି ତାରିଖ ରଥଯାତ୍ରା ଦିନ ମାଲକାନଗିରି ଜିଲ୍ଲାପାଳ ନିଜ ସ୍ତ୍ରୀଙ୍କ ପ୍ରସବ ପାଇଁ ଜିଲ୍ଲା ସଦର ଚିକିତ୍ସାଳୟକୁ ବାଛିଥିଲେ। ପରେ ସେଠାରେ ଅସ୍ତ୍ରୋପଚାର କରାଯିବା ପରେ ପତ୍ନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

ସରକାରୀ ମେଡିକାଲ୍ ଉପରେ ଲୋକଙ୍କ ଆସ୍ଥା ତୁଟି ଯାଉଥିବା ବେଳେ ମାଲକାନଗିରି ଜିଲ୍ଲାପାଳ ସରକାରୀ ଡାକ୍ତର ଖାନାରେ ନିଜ ସ୍ତ୍ରୀଙ୍କ ପ୍ରସବ କରାଇ ଜିଲ୍ଲାବାସୀଙ୍କୁ ଏକ ଭିନ୍ନ ବାର୍ତ୍ତା ଦେଇଛନ୍ତି।

You might also like