ମାଲକାନଗିରି: ହତ୍ୟା ଅଭିଯୋଗ ଆସିବା ପରେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବଦଳି ହୋଇଛି। ତାଙ୍କ ସ୍ଥାନରେ ୱାଇ. ବିଜୟ ନୂଆ ଜିଲ୍ଲାପାଳ ହୋଇଛନ୍ତି।
ବଦଳି ପରେ ମନୀଷ ଅଗ୍ରୱାଲ ଯୋଜନା ଓ ସଂଯୋଜନା ବିଭାଗର ଉପସଚିବ ହୋଇଛନ୍ତି।
ପିଏ ଦେବ ନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ଫସିଛନ୍ତି ମନୀଷ ଅଗ୍ରୱାଲ। କୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ହତ୍ୟା ମାମଲା ରୁଜୁ କରି ମାଲକାନଗିରି ପୋଲିସ୍ ତଦନ୍ତ ଚଳାଇଛି।
ପଢ଼ନ୍ତୁ: ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ହତ୍ୟା ମାମଲା