ମିଳୁନି ମୌଳିକ ସୁବିଧା; ସ୍ୱର ଉଠାଇଲେ ସ୍ୱାଭିମାନ ଅଞ୍ଚଳବାସୀ

ଚିତ୍ରକୋଣ୍ଡା: ମୌଳିକ ସୁବିଧା ମିଳୁ ନ ଥିବାରୁ ସ୍ୱାଭିମାନ ଅଞ୍ଚଳବାସୀ ସେମାନଙ୍କର ସ୍ୱର ଉଠାଇଛନ୍ତି। ପାଖାପାଖି ଦେଢ଼ ହଜାର ଆଦିବାସୀ ଲଞ୍ଚ ଓ ଦେଶୀ ଡଙ୍ଗାରେ ନଦୀ ପାର୍‌ ହୋଇ ଚିତ୍ରକୋଣ୍ଡାରେ ପହଞ୍ଚିଥିଲେ। ଆଜି ସେମାନେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାର କାର୍ଯ୍ୟକ୍ରମ ଥିଲା। ତେବେ ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ମିଳିବା ପରେ ସେମାନେ ଆନ୍ଦୋଳନରୁ ଓହରିଛନ୍ତି। 

ସ୍ୱାଭିମାନ ଅଞ୍ଚଳର ଏହି ଲୋକମାନେ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ଘେରାଉ ପାଇଁ ବାହାରିଥିବା ବେଳେ ସେମାନଙ୍କୁ ଚିତ୍ରକୋଣ୍ଡାରେ ଅଟକାଇ ଉପଜିଲ୍ଲାପାଳ, ଏସ୍‌ପି ବୁଝାସୁଝା କରିଥିଲେ। ତେବେ ଉପଜିଲ୍ଲାପାଳଙ୍କ ନିକଟରୁ ପ୍ରତିଶ୍ରୁତି ପାଇବା ପରେ ସ୍ୱାଭିମାନ ଅଞ୍ଚଳର ବାସିନ୍ଦା ଆନ୍ଦୋଳନରୁ ଓହରିଥିଲେ।

ସ୍ୱାଭିମାନ ଅଞ୍ଚଳର ୫ଟି ପଞ୍ଚାୟତ ଯଥା ଯନ୍ତ୍ରି, ପଣସପୁଟ, ଯୋଡାମ୍ବ, ଅଣ୍ଡରାପାଲି ଏବଂ ଗାଜଲବାଡ଼ିରେ ମୌଳିକ ସୁବିଧା ପହଞ୍ଚି ପାରୁ ନାହିଁ। ଫଳରେ ଏହି ଅଞ୍ଚଳର ଲୋକେ ନିଜ ଅଞ୍ଚଳର ଉନ୍ନତି ପାଇଁ ସ୍ୱର ଉଠାଇ ଏକାଠି ହୋଇଥିଲେ।

ସରକାର ଏହି ଅଞ୍ଚଳ ଗୁଡ଼ିକୁ ସ୍ୱାଭିମାନ ଅଞ୍ଚଳ ଘୋଷଣା କରିଥିଲେ ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ବିଜୁଳି ଓ ଗମନାଗମନ ଆଦି ମୌଳିକ ସୁବିଧା ଯୋଗାଇଦେବା କ୍ଷେତ୍ରରେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।

ଗତକାଲି ସ୍ୱାଭିମାନ ଅଞ୍ଚଳର ବାସିନ୍ଦା ୪ଟି ଲଞ୍ଚ ଓ ଦେଶୀ ଡଙ୍ଗାରେ ନଦୀ ପାର୍‌ ହୋଇ ଚିତ୍ରକୋଣ୍ଡାରେ ରାତ୍ରୀଯାପନ କରିଥିଲେ। 

ଗତ ଜୁନ୍ ୫ ତାରିଖରେ ବିକାଶ ଆଉ ଅଧିକାର ଦାବିରେ ସ୍ୱର ଉତ୍ତୋଳନ ପାଇଁ ସମସ୍ତେ ଏକଜୁଟ୍ ହୋଇଥିଲେ।  ସେହି ସମୟରେ ସରକାର ଏବଂ ପ୍ରଶାସନ ବିରୋଧରେ ଲଢ଼େଇ ପାଇଁ ଚେତାବନୀ ବି ଦେଇଥିଲେ। 

ଆହୁରି ପଢ଼ନ୍ତୁ

ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

You might also like