ତେଜିଲା ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ନେଇ ବିବାଦ

ମାଲକାନଗିରି : ମାଲକାନଗିରିରେ ତେଜିଲା ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ନେଇ ବିବାଦ। ପ୍ରତିବାଦ ସ୍ୱରୂପ ଛୁଟିରେ ଚାଲି ଯାଇଛନ୍ତି ଅତିରିକ୍ତ ଜିଲ୍ଲାପାଳ। ଅଯୋଧ୍ୟାକାନ୍ତ ଶତପଥୀ ମାଲକାନଗିରିରେ କାର୍ଯ୍ୟରେ ଯୋଗ ଦେବା ପର ଠାରୁ ତାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।

ଦାୟିତ୍ୱ ନେବା ପର ଠାରୁ ତାଙ୍କୁ ଘର, ଗାଡି କିମ୍ବା ଅନ୍ୟ କୌଣସି ସରକାରୀ ସୁବିଧା ସୁଯୋଗ ଦିଅାଯାଇନଥିବା ସେ କହିଛନ୍ତି। ସେ ଅାଉ ମାଲକାନଗିରିକୁ ଫେରିବେ ନାହିଁ ବୋଲି କହିଛନ୍ତି।

ଅନ୍ୟପଟେ ଏ ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ଜିଲ୍ଲାପାଳ। ଉଭୟଙ୍କ ମଧ୍ୟରେ ବିବାଦରୁ ଗତ ସେପ୍ଟେମ୍ବର ୯ ତାରିଖରେ ଅତିରିକ୍ତ ଜିଲ୍ଲାପାଳ ଅଫିସକୁ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା।

You might also like