ଭାରସାମ୍ୟ ହରାଇ ରାସ୍ତାରୁ ୧୦ ଫୁଟ୍ ତଳକୁ ଖସିଲା ବାଇକ୍
ମାଲକାନଗିରି: ମାଲକାନଗିରି ଜିଲ୍ଲା ଚମ୍ଫାଖାରି ନିକଟରେ ଏକ ବାଇକ୍ ଭାରସାମ୍ୟ ହରାଇ ରାସ୍ତାରୁ ୧୦ ଫୁଟ୍ ତଳକୁ ଖସି ପଡ଼ିବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ମୃତକ ଦ୍ୱୟ ହେଲେ ବନମାଳୀ ସିକୁଡୁ ଓ ସଞ୍ଜୟ ସିକୁଡୁ। ଗୁରୁତର ଶରତ ମାଝିଙ୍କୁ ମାଲକାନଗିରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଘର ସ୍ଥାନୀୟ ବେଜିଂଗଡ଼ା ଅଞ୍ଚଳରେ ବୋଲି ସୂଚନା ମିଳିଛି।
ଗତକାଲି ବିଳମ୍ବିତ ରାତିରେ ଏମାନେ ସମସ୍ତେ ମାଥିଲିରୁ ଘରକୁ ଫେରୁଥିଲେ। ଏହି ସମୟରେ ବିଜୟୱାଡା-ରାଞ୍ଚତ୍ କରିଡର ରୋଡ୍ ଏନଏଚ୍-୩୨୬ରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ତିଆରି ହେଉଥିବା କାନ୍ଥରେ ପିଟି ହୋଇଯାଇଥିଲେ। ଫଳରେ ବାଇକ୍ଟି ରାସ୍ତାରୁ ୧୦ ଫୁଟ ତଳକୁ ଖସି ପଡ଼ିଥିଲା।