ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ମାଲକାନଗିରି: ବର୍ଷ ବର୍ଷର ଦାବି ପରେ ଶେଷରେ ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀ ଆଶା। ଏଣିକି ନିଜ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବେ ଲୋକେ। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଭିମାନ ଅଞ୍ଚଳରେ ୪ଜଣ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି।

ସପ୍ତାହରେ ପାଳିକରି ଏହି ଡାକ୍ତରମାନେ ଚିତ୍ରକୋଣ୍ଡା, ଜାନବାଇ ଓ ଯୋଡ଼ାଆମ୍ବ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ଯୋଗାଇବେ।

ମାଲକାନଗିରି ମୁଖ୍ୟ ଚିକିତ୍ସାଳୟର ଦୁଇ ଜଣ MBBS ଓ ଦୁଇ ଜଣ ବିଶେଷଜ୍ଞ ଡକ୍ଟରଙ୍କୁ ସ୍ୱାଭିମାନ ଅଞ୍ଚଳରେ ନିଯୁକ୍ତି କରିଛି ଜିଲ୍ଲା ପ୍ରଶାସନ। ଚାରି ଜଣ ଡକ୍ଟର ସ୍ୱାଭିମାନ ଅଞ୍ଚଳରେ ଯୋଗାଇବେ ସ୍ୱାସ୍ଥ୍ୟ ସେବା।  ଏହା ଦ୍ୱାରା ଅଞ୍ଚଳର ଅନେକ ଗ୍ରାମବାସୀ ସ୍ୟାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ।

You might also like