ନନ୍ଦନକାନନରେ ହାତୀ ‘ଚନ୍ଦନ’ର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହାତୀ ‘ଚନ୍ଦନ’ର ମୃତ୍ୟୁ ଘଟିଛି। ମୃତ ହାତୀର ବୟସ ପ୍ରାୟ ୧୦ ବର୍ଷ। ଗତକାଲି ଭୋର ୩ଟା ୪୦ ମିନିଟ୍‌ରେ ଚନ୍ଦନର ମୃତ୍ୟୁ ହୋଇଛି।

ଗତ ୧୩ ତାରିଖରେ ହାତୀଟି ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା। ଏହାପରେ ନନ୍ଦନକାନନରେ ଥିବା ପଶୁ ଡାକ୍ତର ଚିକିତ୍ସା କରିଥିଲେ। ତେବେ ଭୋରରୁ ହରପିସ୍ ଭୂତାଣୁ ସଂକ୍ରମଣ ଯୋଗୁ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି।

ହର୍ପିସ୍ ଭୂତାଣୁ ସଂକ୍ରମଣ ଫଳରେ ଏସୀୟ ହାତୀମାନଙ୍କୁ ଆକ୍ୟୁଟ୍‌ ହେମରଜିକ୍ ରୋଗ ହୋଇଥାଏ ବୋଲି ଜଣାପଡ଼ିଛି। ନନ୍ଦନକାନନରେ ମୃତ ହାତୀ ରହୁଥିବା ସ୍ଥାନରୁ ବାକି ଛୁଆ ହାତୀମାନଙ୍କୁ ସ୍ଥାନାନ୍ତରିତ କରାଯିବା ସହ ସେମାନଙ୍କ ଉପରେ ନଜର ରଖାଯାଇଛି ବୋଲି ସୂଚନା ମିଳିଛି।

You might also like