• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita
  • ଶ୍ରୀକ୍ଷେତ୍ରରେ ପଞ୍ଚତୀର୍ଥ ମଧ୍ୟରୁ ରୋହିଣୀ କୁଣ୍ଡ ଅନ୍ୟତମ
  • ରୋହିଣୀ କୁଣ୍ଡରୁ ପାଣି ଛିଞ୍ଚନରୁ ବଞ୍ଚିତ ଭକ୍ତ
  • ଅପୂଜା ଅବସ୍ଥାରେ ଶ୍ରୀମନ୍ଦିର ଭିତରେ ଥିବା ରୋହିଣୀ ତୀର୍ଥ କୁଣ୍ଡ
  • ଏସ୍ଓପି ପ୍ରସ୍ତୁତ କରାଯାଇ ପରମ୍ପରା ବଞ୍ଚାଇ ରଖିବାକୁ ଦାବି
  • ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଲେ ଆଲୋଚନା ପରେ ପଦକ୍ଷେପ

ପୁରୀ(ପ୍ରଦୀପ ମହାନ୍ତି ଓ ମଧୁସୂଦନ ମିଶ୍ର): ଶ୍ରୀକ୍ଷେତ୍ରକୁ ଦୂରଦୂରାନ୍ତରୁ ଭକ୍ତ ଧାଇଁ ଆସନ୍ତି ପଞ୍ଚତୀର୍ଥରେ ପାଣି ଛିଞ୍ଚନ ହୋଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ପଞ୍ଚତୀର୍ଥ ହେଲା ମହୋଦଧୀ, ମାର୍କଣ୍ଡେୟ, ଇନ୍ଦ୍ରଦ୍ୟୁମ୍ନ, ଶ୍ୱେତଗଙ୍ଗା ଓ ରୋହିଣୀ କୁଣ୍ଡ।  ପଞ୍ଚତୀର୍ଥରୁ ଅନ୍ୟତମ ଶ୍ରୀମନ୍ଦିର ଭିତରେ ଥିବା ରୋହିଣୀ ତୀର୍ଥ କୁଣ୍ଡ,  ହେଲେ ଏବେ ଏହା ଅପୂଜା ଅବସ୍ଥାରେ। ଏପରିକି କୁଣ୍ଡ ଉପରେ ପଟା ପଡିଛି।  ଭକ୍ତମାନେ ରୋହିଣୀ କୁଣ୍ଡର ପବିତ୍ର ଜଳ ଛିଞ୍ଚନରୁ ବଂଚିତ ହେଉଛନ୍ତି, ତାସହ  ରୋଷ ଘରକୁ ନିଷିଦ୍ଧାଞ୍ଚଳ କରାଯାଇଛି। ଏହି କାରଣ ଯୋଗୁ ଭକ୍ତଙ୍କ ଧାର୍ମିକ ଭାବନା ପ୍ରତି କୁଠାରଘାତ ନେଇ ଅଭିଯୋଗ ଉଠିଛି।

ଶ୍ରୀମନ୍ଦିର ଭିତର ବେଢାରେ ମୁକ୍ତିମଣ୍ଡପ ନିକଟରେ ରହିଛି ଏହି ରୋହିଣୀ ତୀର୍ଥ କୁଣ୍ଡ। ଭକ୍ତମାନେ ବେଢା ପରିକ୍ରମା କରିବା ବେଳେ ଏହି କୁଣ୍ଡରୁ ପବିତ୍ର ଜଳକୁ ଛିଞ୍ଚନ କରିଥାନ୍ତି । ସେବାୟତ ରୋହିଣୀ କୁଣ୍ଡର ଜଳ ଛିଞ୍ଚନ ହେଲେ ପାପ ଖଣ୍ଡନ ସହ ଗୋହତ୍ୟା କରିଥିବା ଲୋକେ ମୋକ୍ଷ ହେବାର ବିଶ୍ୱାସ ରହିଛି । ହେଲେ ଏବେ ରୋହିଣୀ କୁଣ୍ଡଟି ଅପୂଜା ଅବସ୍ଥାରେ ପଡି ରହିଛି । ଏପରିକି କୁଣ୍ଡ ଉପରେ କାଠ ପଟା ପକାଯାଇଛି। ତେବେ ଶ୍ରୀମନ୍ଦିର ବିଧିବିଧାନ ଓ ପରମ୍ପରା ଅନୁସାରେ ପ୍ରାଚୀନ କାଳରୁ ଚାଲିଆସୁଥିବା ରୋହିଣୀ ତୀର୍ଥ କୁଣ୍ଡକୁ ଭକ୍ତଙ୍କ ଲାଗି ଖୋଲାଯିବାକୁ ଦାବି ହେଉଛି। ଏନେଇ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରାଯାଇଛି । ସେହିପରି ଶ୍ରୀମନ୍ଦିର ସାବତ ନିଯୋଗ ପକ୍ଷରୁ ଭକ୍ତଙ୍କୁ ନିଶୁଳ୍କ ସେବା ଯୋଗାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାବି ହୋଇଛି।

ଶ୍ରୀମନ୍ଦିର ଭିତରେ ରୋହିଣୀ କୁଣ୍ଡ, ରୋଷଘର, ନୀଳାଚଳ ଉପବନ, କୋଇଲି ବୈକୁଣ୍ଠ ଆଦି ରହିଛି। ରୋଷଘରକୁ ନିଷିଦ୍ଧାଞ୍ଚଳ ଭାବେ ଗ୍ରହଣ କରାଯାଇଥିବାରୁ ଭକ୍ତ ଆଉ ଏହାକୁ ଦେଖି ପାରିବେନି। ତେବେ ଆଗକୁ ଭକ୍ତ କିଭଳି ରୋଷଘର ଦେଖିପାରିବେ ଏବଂ ରୋହିଣି କୁଣ୍ଡର ପରମ୍ପରା ବଞ୍ଚିପାରିବ ଏନେଇ ଏକ ଏସଓପି ପ୍ରସ୍ତୁତ କରିବା ଲାଗି ପରିଚାଳନା କମିଟି ସଦସ୍ୟ ଦାବି କରିଛନ୍ତି। ତେବେ ଆଗକୁ ନୀତି ସବକମିଟି ବୈଠକରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ । ଶ୍ରୀମନ୍ଦିର ରୋଷ ଘର ପରିଦର୍ଶନରୁ ବଂଚିତ ଭକ୍ତ ଆଗକୁ କିଭଳି ରୋହିଣୀ ତୀର୍ଥ କୁଣ୍ଡର ପବିତ୍ର ଜଳ ଛିଞ୍ଚନ ସୁଯୋଗ  ପାଇବେ, ତା ଉପରେ ରହିଛି ନଜର ।

Make-sop-for-the-rohini-tirtha-to-the-tradition-preserve
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories