ସାଂସଦ ବୈଜୟନ୍ତଙ୍କ ନାଁରେ ମିଥ୍ୟା ସତ୍ୟପାଠ ଅଭିଯୋଗ ପ୍ରସଙ୍ଗ : ନବୀନଙ୍କୁ ପକ୍ଷଭୁକ୍ତ କରିବାକୁ ଦାବି କଲେ ସଚେତନ ନାଗରିକ

କେନ୍ଦ୍ରାପଡା : କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମିଥ୍ୟା ସତ୍ୟପାଠ ଅଭିଯୋଗ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାଣିଲେ କେନ୍ଦ୍ରାପଡ଼ାର କିଛି ଲୋକ। ମାମଲାରେ ନବୀନଙ୍କୁ ପକ୍ଷଭୁକ୍ତ କରିବାକୁ ଟାଉନ୍ ଥାନାରେ ଲିଖିତ ଆବେଦନ କରିଛନ୍ତି କେନ୍ଦ୍ରାପଡାର କିଛି ସଚେତନ ନାଗରିକ।

ଟାଉନ୍ ଥାନା ଅଧିକାରୀଙ୍କୁ ଦେଇଥିବା ଏହି ଆବେଦନରେ ସେମାନେ ଦର୍ଶାଇଛନ୍ତି, ବୈଜୟନ୍ତଙ୍କୁ ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଦୁଇ ଦୁଇ ଥର ନିଜ ସ୍ୱାକ୍ଷରରେ ଦଳୀୟ ଟିକେଟ ଦେଇଛନ୍ତି। ପାରିବାରିକ ଘନିଷ୍ଠତା ଯୋଗୁଁ ବୈଜୟନ୍ତଙ୍କ ବିଷୟରେ ନବୀନ ଭଲ ଭାବେ ଜାଣନ୍ତି। ନବୀନଙ୍କ ପରାମର୍ଶରେ ବୈଜୟନ୍ତ ନିଜ ସତ୍ୟପାଠ ପ୍ରସ୍ତୁତ କରିଥିବେ। ତେଣୁ ବିଚାର ପ୍ରକ୍ରିୟାରେ ନବୀନଙ୍କୁ ପକ୍ଷଭୁକ୍ତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।

ଏଥିସହ ମାମଲାରେ ସେମାନଙ୍କ ବୟାନ ରେକର୍ଡଭୁକ୍ତ କରିବା ଲାଗି ଆବେଦନରେ ଅନୁରୋଧ କରିଛନ୍ତି କେନ୍ଦ୍ରାପଡାର ବାସିନ୍ଦା। ମିଥ୍ୟା ସତ୍ୟପାଠ ଅଭିଯୋଗ ପ୍ରସଙ୍ଗରେ କେନ୍ଦ୍ରାପଡା ଏସଡିଜେଏମ୍‌ଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।

You might also like