ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ଘୋଷଣା ସର୍ବସ୍ୱ: ବିଜେପି

ଭୁବନେଶ୍ୱର: ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌।  ଓଡ଼ିଶା ସରକାରଙ୍କ ପକ୍ଷରୁ ହେବାକୁ ଥିବା ଏହି କନ୍‌କ୍ଲେଭ୍‌ରେ ବିଭିନ୍ନ କମ୍ପାନୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ଆଜି ଏକ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି। ଏଥର କନ୍‌କ୍ଲେଭ୍‌ରେ ୫ଟି ପ୍ରମୁଖ ରାଷ୍ଟ୍ରର ଶିଳ୍ପପତି ଆସିବେ ବୋଲି ସେ ସୂଚନା ଦେଇଛନ୍ତି। ବିଶେଷ କରି ରୁଷିଆ, ଜର୍ମାନୀ, ଫ୍ରାନ୍ସ, ସାଉଦି ଆରବ ଓ ୟୁଏଇର ଶିଳ୍ପପତିମାନେ ଆସିବା ସମ୍ଭାବନା ରହିଥିବା ଜଣାପଡ଼ିଛି।

ଏହାସହ କୁମାର ମଙ୍ଗଳମ ବିର୍ଲା, ଏନ୍ ଚନ୍ଦ୍ରଶେଖରନ୍, ଅନିଲ ଅଗ୍ରୱାଲଙ୍କ ଆସିବା ସମ୍ଭାବନା ରହିଛି।

ଅନ୍ୟପଟେ ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ଘୋଷଣା ପ୍ରଚାର ସର୍ବସ୍ୱ ବୋଲି ବିଜେପି ଅଭିଯୋଗ କରିଛି।

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଏକ ଖବରଦାତା ସମ୍ମିଳନୀରେ ଏହା କହିବା ସହ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

You might also like
Comments
Loading...