ମକର ମେଳାରେ ପାର୍କିଂ ଷ୍ଟାଣ୍ଡକୁ କେନ୍ଦ୍ର କରି ବିବାଦ

ଜଗତସିଂହପୁର  : ମକର ମେଳାରେ ପାର୍କିଂ ଷ୍ଟାଣ୍ଡକୁ କେନ୍ଦ୍ର କରି ବିବାଦ। ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ। ଜଗତସିଂହପୁର ଜିଲ୍ଲା ରାହାମା ମକର ମେଳାରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ପ୍ରତିବର୍ଷ ମକର ମେଳାରେ ଗୋଟିଏ ପାର୍କିଂ ଷ୍ଟାଣ୍ଡ ହେଉଥିବାବେଳେ କିଛି ଯୁବକ ଚଳିତବର୍ଷ ନୂଆ କରି ଆଉ ଏକ ପାର୍କିଂ ଷ୍ଟାଣ୍ଡ କରିଛନ୍ତି। ଗତ ବିଳମ୍ବିତ ରାତିରେ ନୂଆ ଷ୍ଟାଣ୍ଡରେ ଥିବା ବାଇକ୍, ଅଟୋ, କାର୍ ଗୁଡିକୁ କେହି ଭଙ୍ଗାରୁଜା କରିଛନ୍ତି।

ଏହାର ପ୍ରତିବାଦରେ ଆଜି ସକାଳୁ ରାହାମା-ପଣ୍ଡୁଆ ରାସ୍ତାର ଲେଭେଲ କ୍ରସିଂ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି।ଭଙ୍ଗାଯାଇଥିବା ଗାଡିମୋଟରର କ୍ଷତିପୂରଣ ଦାବି କରି ଲୋକେ ରାସ୍ତା ଅବରୋଧ କରିଥିଲେ।

You might also like