ମା’ ଅଁଳାଶୁଣୀ ପୀଠରେ ପ୍ରସିଦ୍ଧ ମକର ମେଳା; ମନସ୍କାମନା ପୂରଣ ନେଇ ଶ୍ରଦ୍ଧାଳୁଙ୍କ ସମାଗମ

ଭଦ୍ରକ : ଭଦ୍ରକ ଜିଲ୍ଲା ବାହାଦୁଲ ନଗର ସୁଦାବାଜ୍‌ ଗ୍ରାମ ନିକଟରେ ପ୍ରବାହିତ  ରେବ ନଦୀ କୂଳରେ ଅବସ୍ଥିତ  ମା’  ଅଁଳାଶୁଣୀଙ୍କ ପୀଠ। ଏଠାରେ ପ୍ରତିବର୍ଷ  ମକର ସଂକ୍ରାନ୍ତିରେ ଆରମ୍ଭ ହୁଏ ସ୍ୱତନ୍ତ୍ର ମକର ମେଳା। ଏହି ବର୍ଷ ୭ ଦିନ ବ୍ୟାପି  ଅନୁଷ୍ଠିତ ହୋଇଥିବା ଏହି ମେଳା ଗତ ରବିବାର ଦିନ ଉଦ୍‌ଯାପିତ  ହୋଇଯାଇଛି। ଶତାଧିକ ବର୍ଷ ଧରି ଏହି ପ୍ରସିଦ୍ଧ ଦେବୀ ପୀଠରେ  ବିଭିନ୍ନ  ପର୍ବପର୍ବାଣୀ ବଡ଼ ଧୂମଧାମ୍‌ରେ  ପାଳିତ ହୋଇଆସୁଛି।

ମକର ସଂକ୍ରାନ୍ତି ଠାରୁ ୭ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ପୂଜାରେ ମା’ଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁଙ୍କର ସମସ୍ତ ମନସ୍କାମନା ପୂରଣ ହୁଏ ବୋଲି  ବିଶ୍ୱାସ ରହିଛି। ତେଣୁ ପ୍ରତିବର୍ଷ ଏହି ମକର ପୂଜା ଅବସରରେ ଏଠାରେ ବହୁତ ଜନସମାଗମ ହୋଇଥାଏ।

ଏହି ଅବସରରେ ବାହାଦୂର ନଗର  ଯୁବ ସଂଗଠନର ପାଖାପାଖି ୫୦ଜଣ ଯୁବକ ମିଶି ସଫେଇ  କାର୍ଯ୍ୟକ୍ରମ କରିଥଲେ।  ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

 

You might also like