• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ଭୁବନେଶ୍ୱର ଏଜି ଛକ ଭେଣ୍ଡିଂ ଜୋନରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୫ରୁ ଅଧିକ ଦୋକାନ ଜଳି ଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ନଷ୍ଟ ହୋଇଯାଇଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ସିଗାରେଟ୍‌ ଝୁଲରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।
ଆଜି ରାତି ପ୍ରାୟ ୯ଟା ସମୟରେ ରାଜମହଲରୁ ଏଜି ଛକ ଅଭିମୁଖେ ଗଲା ବେଳେ ବାମ ପାର୍ଶ୍ୱରେ ଥିବା ଭେଣ୍ଡିଂ ଜୋନ୍‌ରେ ନିଆଁ ଲାଗି ଯାଇଥିଲା। ଗୋଟିଏ ଦୋକାନରୁ ଧୁଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ୪ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥିରେ ୧୫ରୁ ଅଧିକ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି।
ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏଜି ଛକ ମୁଣ୍ଡରେ ଥିବା ଗ୍ୟାରେଜ ପଛ ପାର୍ଶ୍ୱରେ ଦୁଇ ଜଣ ଲୋକ ସିଗାରେଟ୍‌ ଟାଣୁଥିଲେ। ସେଥିରୁ ନିଆଁ ଯାଇ ଗ୍ୟାରେଜରେ ଥିବା ଡିଜେଲ୍‌ ଲାଗିଥିବା ଅନୁମାନ କରାଯାଉଛି। ତେବେ ତଦନ୍ତ ପରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିବ।

https://youtu.be/c9exgW7IoY4

Major-fire-breaks-out-at-ag-square-in-bhubaneswar-watch1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories