• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଜୟପୁର: ଜୟପୁର ରାଜନଅର ଗୁଳିକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ବିକାଶ ପାତ୍ର ଗିରଫ ହୋଇଛି। ଏନେଇ ଜୟପୁର ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ ବାଲେଶ୍ୱର ଗିଦ୍ଧି।

ଗତ ସେପ୍ଟେମ୍ବର ୨୫ ତାରିଖରେ ଗୁଳିକାଣ୍ଡ ପରେ ବିକାଶ ଓ ତା’ର ସହଯୋଗୀ ଫେରାର ହୋଇଥିଲେ। ତେବେ ମୁଖ୍ୟ ଅଭିଯୁକ୍ତ ବିକାଶକୁ ପଶ୍ଚିମବଙ୍ଗ ହାତିଆରା ଅଞ୍ଚଳର ଜଣକ ଘରୁ ଧରିଛି ପୁଲିସ।

ଘଟଣାରେ ମୋଟ ୮ ଜଣ ସଂପୃକ୍ତ ଥିବା ବେଳେ ଏଯାଏ ବିକାଶ ସହ ୭ ଜଣଙ୍କୁ ଗିରଫ କରାଯାଇଛି। ଫେରାର ଥିବା ଅନ୍ୟ ଜଣକୁ ଧରିବାକୁ ବିଭିନ୍ନ ସ୍ଥାନରେ ତଲାସୀ ଚଳାଇଛି ପୁଲିସ୍‌।

ଘଟଣାର ଅଧିକ ଖୋଲତାଡ଼ ଲାଗି ବିକାଶକୁ ଦୁଇ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ।

ପୂର୍ବ ଶତ୍ରୁତାକୁ ନେଇ ଗତ ସେପ୍ଟେମ୍ବର ୨୫ ତାରିଖରେ ରାଜନଅରରେ ଗୁଳିକାଣ୍ଡ ହୋଇଥିଲା। ଏଥିରେ ଗୋଡିଆ ଧୋବାସାହିର ସନ୍ତୋଷ ନାୟକ, ବାପା ନରେନ୍ଦ୍ର ନାୟକ ଗୁରୁତର ଆହତ ହୋଇଥିଲେ।

ସୂଚନାଯୋଗ୍ୟ, ଗିରଫ ବିକାଶ ବିଜେଡି ସଭାପତି ଥିଲେ। ଘଟଣା ପରେ ଦଳ ତାଙ୍କୁ ପଦରୁ ନିଲମ୍ବନ କରିଦେଇଥିଲା।

https://youtu.be/P_2KlH9oHwU

Main-accused-of-jaypur-rajnaar-firing-case-arrested
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories