ଦୁଷ୍କର୍ମ ପୀଡ଼ିତା ଅାତ୍ମହତ୍ୟା ଘଟଣା

ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ସିମୁଳିଅା ପୁଲିସ

ବାଲେଶ୍ୱର  : ବାଲେଶ୍ୱର ଜିଲ୍ଲା ସିମୁଳିଅା ଥାନା ଅଂଚଳ ଘଟଣା । ସାହି ଲୋକଙ୍କ ଟାହି ଟାପରା ସହିନପାରି ଦୁଷ୍କର୍ମ ପୀଡ଼ିତା ଅାତ୍ମହତ୍ୟା କରିଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ସିମୁଳିଅା ପୁଲିସ। ଭଦ୍ରକ ଜିଲ୍ଲା ରାହାଞ୍ଜାରୁ ଅଭିଯୁକ୍ତ ବୁଦ୍ଧିରାମ ନାୟକକୁ ପୁଲିସ ଗିରଫ କରିଛି।

୨୩ ତାରିଖ ରାତିରେ ଦୋକାନରୁ ଜିନିଷ ନେଇ ଫେରିବା ବେଳେ ନାବାଳିକାଙ୍କୁ ଉଠାଇ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ଘଟଣା ପରେ ନାବାଳିକା ଜଣକ ଘରୁ ପଦାକୁ ବାହାରି ପାରୁନଥିଲେ।  ରବିବାର ରାସ୍ତାରେ ଚାଲି ଯାଉଥିବା ବେଳେ କେତେକ ଯୁବକ ତାଙ୍କୁ ଟାହି ଟାପରା କରିଥିଲେ। ତେବେ ବିଳମ୍ବିତ ରାତିରେ ବେକରେ ଶାଢୀ ଲଗାଇ ନାବାଳିକା ଜଣକ ଅାତ୍ମହତ୍ୟା କରିଥିଲେ।

You might also like