ଧରାପଡ଼ିଲେ ନକଲି ମହିଳା ପୋଲିସ ଆଇପିଏସ୍‌

ଭୁବନେଶ୍ୱର: ଲକ୍‌ଡାଉନ୍‌ ବେଳେ ଭୁବନେଶ୍ୱରରେ ଜଣେ ନକଲି ପୋଲିସ ଆଇପିଏସ୍‌ଙ୍କୁ କମିଶନରେଟ ପୋଲିସ ଅଟକ ରଖିଛି। ନକଲି ପୋଲିସ ଆଇପିଏସ୍‌ଙ୍କ ନାଁ ଶର୍ମିଷ୍ଠା। ସେ ଜଣେ କନେଷ୍ଟବଳଙ୍କ ଡ୍ୟୁଟି ବଦଳାଇବା ପାଇଁ କମିଶନରେଟ ପୋଲିସ ଉପରେ ଚାପ ପକାଉଥିଲେ।

ଖବର ଅନୁଯାୟୀ, ଏନେଇ ଘଟଣାର ଖୋଳତାଡ ପରେ ଶର୍ମିଷ୍ଠା ଜଣେ ନକଲି ପୋଲିସ ଆଇପିଏସ୍‌ ବୋଲି ଜଣାପଡିଥିଲେ। ସେ ନିଜକୁ ୨୦୧୮ ବ୍ୟାଚର ଆଇପିଏସ୍‌ ଅଫିସର ବୋଲି ପରିଚୟ ଦେଇଥିଲେ। ଆହୁରି ମଧ୍ୟ କହିଥିଲେ, ସେ ବିଜୁ ପଟ୍ଟନାୟକ ଷ୍ଟେଟ୍‌ ପୋଲିସ ଏକାଡେମୀରେ କାର୍ଯ୍ୟ କରନ୍ତି।

ନିକଟରେ ସେ ରାଜଧାନୀର ବିଭିନ୍ନ ଥାନା ଅଧୀନରେ ଥିବା ପୋଲିସ କର୍ମଚାରୀଙ୍କୁ ଯୋଗାଯୋଗ କରିବା ସହ ନିଜକୁ ପୋଲିସ ଆଇପିଏସ୍‌ ଅଫିସରଭାବେ ପରିଚୟ ଦେଇଥିଲେ। ଲକ୍‌ଡାଉନ୍‌ ସମୟରେ ନିଜର ଆବଶ୍ୟକ ସାମଗ୍ରୀ ତୁରନ୍ତ ଘରେ ପହଞ୍ଚାଇବା ପାଇଁ ପୋଲିସ କର୍ମଚାରୀଙ୍କୁ ଚାପ ପକାଉଥିଲେ।

 

ଆହୁରି ପଢ଼ନ୍ତୁ

You might also like