ଆସନ୍ତାକାଲି ମହାଶିବରାତ୍ରି: ରାତି ୧୦ ଟାରେ ଉଠିବ ମହାଦୀପ

ଭୁବନେଶ୍ୱର: ଆସନ୍ତାକାଲି ମହାଶିବରାତ୍ରି। ଏଥିପାଇଁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ନୀତି ନିର୍ଘଣ୍ଟ ହୋଇଛି। ସାହାଣ ମେଲା ବା ସାଧାରଣ ଦର୍ଶନ ପାଇଁ ତିନୋଟି ପର୍ଯ୍ୟାୟ ରଖାଯାଇଛି।

ପ୍ରଥମ ପର୍ଯ୍ୟାୟ ଭୋର ୩ଟା ୩୦ ମିନିଟ୍‌ରୁ ସକାଳ ସାଢେ ୧୦ଟା, ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ନ ୩ଟା ୪୫ ମିନିଟ୍‌ରୁ ୪ଟା ୪୫ ମିନିଟ୍‌ ଓ ତୃତୀୟ ପର୍ଯ୍ୟାୟ ରାତି ୧୦ରୁ ୧୧ଟା ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ହୋଇଛି।

ରାତି ୧୦ ଟାରେ ମହାଦୀପ ଉଠିବାନେଇ ନୀତି ନିର୍ଘଣ୍ଟ ହୋଇଛି।

ସେହିପରି ରାଉରକେଲା ବେଦବ୍ୟାସ ଶୈବପୀଠରେ ମଧ୍ୟ ମହାଶିବରାତ୍ରି ପାଳନ ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ଶାନ୍ତିଶୃଙ୍ଖଳା ସହ ଦର୍ଶନ ପାଇଁ ମନ୍ଦିରରେ ବାରିକେଡ୍‌ କରାଯିବା ସହ ଧାଡି ଦର୍ଶନ ବ୍ୟବସ୍ଥା କରାଯାଇଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମହାଦୀପ ଉଠିବା ପର୍ଯ୍ୟନ୍ତ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ୧୫୦ ସ୍ୱେଚ୍ଛାସେବୀ ନିଯୁକ୍ତ କରାଯିବ। ମହାଶିବରାତ୍ରି ପରିପ୍ରେକ୍ଷୀରେ ଏଠାରେ ୧୫ ଦିନ ଧରି ମେଳା ହୋଇଏ। ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

You might also like