• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଆଇନମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିରେ ବିଜେପିର ହଲ୍ଲାବୋଲ୍। ମାହାଙ୍ଗାରେ ବିଜେପି ନେତାଙ୍କ ହତ୍ୟାକୁ ନେଇ ଦଳର ଗର୍ଜନ। ଖୋଦ୍ ପୋଲିସ ମୁଖିଆଙ୍କ ଅଫିସ୍ ଆଗରେ ବିକ୍ଷୋଭ, ଧସ୍ତାଧସ୍ତି। ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ପ୍ରତିବାଦରେ ଆଜି କଟକରେ ଦେଖିବାକୁ ମିଳିଛି ବିଜେପିର ହୁଙ୍କାର। ଏତଲାରେ ନାଁଥିବା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ପୂର୍ବରୁ ରାଜ୍ୟର ବିଭିନ୍ନ ଥାନା ଓ ଏସ୍‌ପି ଅଫିସ୍ ଆଗରେ ବିକ୍ଷୋଭ ପରେ ଆଜି ଥିଲା ଡିଜିପି ଅଫିସ୍ ଘେରାଉ। ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀଙ୍କ ସହ ନେତାମାନେ ମାତା ମଠ ପାଖରୁ ଶୋଭାଯାତ୍ରାରେ ଆସିଥିଲେ।

ଆଇନମନ୍ତ୍ରୀଙ୍କ ବିରୋଧରେ କାହିଁକି ଏଯାଏଁ କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ଜାଣିବାକୁ ଚାହିଁଥିଲେ। ଡିଜିପିଙ୍କୁ ଭେଟି ଏ ନେଇ ପଚାରିଥିଲେ ବି ସନ୍ତୋଷଜନକ ଉତ୍ତର ପାଇନଥିବାରୁ କ୍ଷୁବ୍ଧ ହୋଇ ଧାରଣାରେ ବସିଥିଲେ। ପୋଲିସ ସେମାନଙ୍କୁ ବାଧାଦେବାରୁ ଧାରଣାସ୍ଥଳରେ ହୋଇଥିଲା ଧସ୍ତାଧସ୍ତି। ପୋଲିସ ଏତଲାରେ ନାଁ ଥିବା ୧୩ଜଣଙ୍କ ମଧ୍ୟରୁ ମାତ୍ର ୭ଜଣଙ୍କୁ ଗିରଫ କରାଯାଇଥିବାବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କୁ କେବେ ଧରାଯିବ ବୋଲି ପ୍ରଶ୍ନ କରିଥିଲେ। ତେବେ ବିଜେପିର ଆନ୍ଦୋଳନ ସମ୍ପର୍କରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ବି ସମ୍ଭବ ହୋଇନାହିଁ।

୧୦ ଦିନ ମଧ୍ୟରେ ତଦନ୍ତ ସାରିବାକୁ ଡିଜିପି ପ୍ରତିଶ୍ରୁତି ଦେଇଛନ୍ତି। ଜଣେ DIG ରାଙ୍କର ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯିବ। ଏହି ୧୦ ଦିନ ମଧ୍ୟରେ ଯେଉଁ ମୁଦାଲାମାନେ ଅଛନ୍ତି, ତାଙ୍କୁ ପଚରାଉଚୁରା କରିବୁ ବୋଲି ସେ କହିଛନ୍ତି।
-ସମୀର ମହାନ୍ତି, ରାଜ୍ୟ ବିଜେପି ସଭାପତି

ସେପଟେ ଓଡ଼ିଶାରେ ବଢୁଥିବା ରାଜନୈତିକ ହିଂସାକାଣ୍ଡକୁ ନେଇ ପୋଲିସ ଡିଜିଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ମାହାଙ୍ଗାର ୨ ଜଣଙ୍କ ବାଦ୍ ବିଗତ ଦିନରେ ୧୫ ଜଣ ବିଜେପି ନେତା ଓ କର୍ମୀଙ୍କୁ ହତ୍ୟା କରାଯାଇଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି। ଅପରାଜିତା ତାସହ କହିଛନ୍ତି ଯେଉଁ ସଂଖ୍ୟାରେ ହିଂସା ବଢୁଛି,ସେ ତୁଳନାରେ ଦଣ୍ଡ ହେଉନି। NCRB ରିପୋର୍ଟ ଅନୁସାରେ ୨୦୧୮ରେ ଓଡ଼ିଶାରେ ଦଣ୍ଡବିଧାନ ସଂଖ୍ୟା ଅତି ନଗଣ୍ୟ। ଦୁର୍ବଳ ତଦନ୍ତ ଯୋଗୁଁ ଦୋଷୀ ଖସି ଯାଉଛନ୍ତି। ଏଭଳି ସ୍ଥିତି ଜାରି ରହିଲେ ଓଡ଼ିଶାରେ ବି ପଶ୍ଚିମବଙ୍ଗ ସ୍ଥିତି ଉପୁଜିବା ବେଶି ଦିନ ନୁହେଁ। ତା ସହ ୧୭ଟି ହତ୍ୟା ମାମଲାର ଷ୍ଟାଟସ୍ ରିପୋର୍ଟ ଦେବାକୁ ଡିଜିପିଙ୍କୁ ଲେଖିଛନ୍ତି ଅପରାଜିତା।

ସେପଟେ ଆଜି ବିଜେପିର ଆନ୍ଦୋଳନ ନେଇ ବିଜେଡିର ପ୍ରତିକ୍ରିୟା ମିଳିନଥିବାବେଳେ ଗତକାଲି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଥିଲେ। ମାହାଙ୍ଗା ହତ୍ୟା ମାମଲାରେ ୪୮ ଘଣ୍ଟାରେ ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ଅଭିଯୁକ୍ତଙ୍କୁ ଧରାଯାଇ ସାରିଛି। ଦୋଷୀଙ୍କୁ କଡ଼ା ଦଣ୍ଡ ମିଳିବ ଓ ମୃତକଙ୍କ ପରିବାକୁ ନ୍ୟାୟ ମିଳିବ। ରାଜନୈତିକ ହିଂସା ନେଇ ବିଜେଡି ସରକାରର ଜିରୋ ଟଲେରାନ୍ସ ନୀତି ରହିଛି।

ସେପଟେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଆଜି ନୃତଙ୍ଗ ଯାଇ ମୃତକଙ୍କ ପରିବାରକୁ ସେ ଭେଟିଥିଲେ। ଏହା ପରେ ନିରଂଜନ କହିଛନ୍ତି, ମାହାଙ୍ଗା ଡବଲ ମର୍ଡର ହେଉଛି ରାଜନୈତିକ ହତ୍ୟାକାଣ୍ଡ। ଏଠି ନ୍ୟାୟ ପାଇବା ମହଙ୍ଗା, ଯେଉଁମାନେ ଅଭିଯୁକ୍ତ, ସେମାନେ ମନ୍ତ୍ରୀଙ୍କ ସହିତ ବୈଠକରେ ବସୁଛନ୍ତି। ଏଯାଏ ଅସଲ ଆସାମୀ ଧରା ପଡ଼ିନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଖବର କେବଳ ନାଟକବାଜି ଏବଂ ପ୍ରସଙ୍ଗ ଉପରୁ ଧ୍ୟାନ ହଟାଇବା ପାଇଁ ଏହା କରାଯାଇଥିବା ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି।

https://www.youtube.com/watch?v=ZLpKiIka0Nk

Mahanga-double-murder-visuals-from-bjp-protest-at-dgp-office-in-cuttack
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories