ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ଶୁଣାଣି ଆରମ୍ଭ

ଭୁବନେଶ୍ୱର : ମହାନଦୀ ଜଳବିବାଦ ପ୍ରସଙ୍ଗରେ ଆଜି ମହାନଦୀ ଟ୍ରିବ୍ୟୁନାଲରେ ହୋଇଥିବା ଶୁଣାଣିରେ ଓଡ଼ିଶାକୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ। ଓଡ଼ିଶାର ଯୁକ୍ତି ଉପସ୍ଥାପନ ପରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଛତିଶଗଡ଼ ବେଆଇନ ପାଣି ଅବରୋଧ କରୁଥିବା ଓଡ଼ିଶା ଦର୍ଶାଇଥିଲା ଗତ ୨୦ ବର୍ଷର ବର୍ଷା ଜଳ ପ୍ରବାହ ପରିମାଣ ତଥ୍ୟ ମାଗିଲେ ଟ୍ରିବ୍ୟୁନାଲ ସମସ୍ତ ତଥ୍ୟ ସହ ସତ୍ୟପାଠ ଦେବାକୁ ଓଡ଼ିଶାକୁ ୨ ସପ୍ତାହ ମହଲତ ଦେଇଛନ୍ତି।

ଓଡ଼ିଶା ସତ୍ୟପାଠ ପରେ ପ୍ରତିଜବାବ ଦାଖଲ କରିବ। ଛତିଶଗଡ଼ ଫେବ୍ରୁଆରୀ ୯ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।

You might also like