ମହାନଦୀ ଜଳ ବିବାଦ ମାମଲା

ଅକ୍ଟୋବର ୧୩ ତାରିଖକୁ ଘୁଞ୍ଚିଲା ଟ୍ରିବ୍ୟୁନାଲ ଶୁଣାଣି

ଭୁବନେଶ୍ୱର : ଅକ୍ଟୋବର ୧୩ ତାରିଖକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି । ଅାସନ୍ତା ୨୯ ତାରିଖରେ ଟ୍ରିବ୍ୟୁନାଲରେ ହେବାକୁ ଥିବା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଅକ୍ଟୋବର ୧୩ ତାରିଖକୁ ଘୁଂଚାଇ ଦିଅାଯାଇଛି। ଏନେଇ ଟ୍ରିବ୍ୟୁନାଲ ପକ୍ଷରୁ ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ସରକାରଙ୍କୁ ଜଣାଇ ଦିଅାଯାଇଛି।

ଟ୍ରିବ୍ୟୁନାଲରେ ସଂପୂର୍ଣ୍ଣ ଭିତ୍ତିଭୂମି ପ୍ରତିଷ୍ଠା ହୋଇ ପାରିନଥିବାରୁ ଏ ଶୁଣାଣିକୁ ଘୁଞ୍ଚାଇ ଦିଅାଯାଇଛି । ମହାନଦୀ ଜଳ ବିବାଦ ଲାଗି କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ କରିଛନ୍ତି । ହେଲେ ଭିର୍ତ୍ତିଭୂମି ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ପାରିନଥିବାରୁ ନିର୍ଦ୍ଧାରିତ ସମୟର ଏକ ସପ୍ତାହ ପୂର୍ବରୁ ୫ଟି ରାଜ୍ୟକୁ ଅବଗତ କରାଯାଇ ଅାସନ୍ତା ଅକ୍ଟୋବର ପର୍ଯ୍ୟନ୍ତ ଶୁଣାଣିକୁ ଘୁଂଚାଇ ଦିଅାଯାଇଛି ।

You might also like