ମହାନଦୀରେ ଆସୁଛି ବଡ଼ ବନ୍ୟା !

ଭୁବନେଶ୍ୱର: ମହାନଦୀରେ ଆସୁଛି ମଧ୍ୟମରୁ ବଡ଼ ଧରଣର ବନ୍ୟା। ଏ ନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି। ସକାଳ ସୁଦ୍ଧା ଉପର ମୁଣ୍ଡରେ ୨୦୦ ମି.ମି. ବର୍ଷା ରେକର୍ଡ କରାଯାଇଛି। ସେହିପରି କଲମାରୁ ୫ ଲକ୍ଷ, ଇବ୍ ଓ ଭେଡେନ୍‌ରୁ ୨.୫ ଲକ୍ଷ କ୍ୟୁସେକ୍‌ ଜଳ ଆସୁଛି। ଏମିତି ଭାବେ ହୀରାକୁଦକୁ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଛି।

‘ହୀରାକୁଦରୁ ଆସୁଥିବା ଜଳ ମୁଣ୍ଡଳିରେ ପହଞ୍ଚିବାକୁ ୩୬ ଘଣ୍ଟା ଲାଗିବ। ଏଥିସହ ମହାନଦୀରେ ତେଲ, ସୁକତେଲ, ଜିରା ନଦୀ ଜଳ ମିଶିବ। ଏ ସବୁ ମୁଣ୍ଡଳିରେ ପହଞ୍ଚିଲା ବେଳକୁ ୧୦ରୁ ସାଢେ ୧୦ ଲକ୍ଷ କ୍ୟୁସେକ୍ ଜଳ‌ ହେବ। ୧୦ ଲକ୍ଷ କ୍ୟୁସେକ୍‌ରୁ ଅଧିକ‌ ଜଳ ହେଲେ ମଧ୍ୟମରୁ ବଡ଼ ଧରଣର ବନ୍ୟା କୁହାଯାଏ। ସୁତରାଂ ମହାନଦୀରେ ମଧ୍ୟମରୁ ବଡ଼ ଧରଣର ବନ୍ୟା ଆକଳନ କରାଯାଉଛି’ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି।

ବନ୍ୟା ଆସିଲେ ପୁରୀ, କଟକ, ଜଗତସିଂହପୁର ଇତ୍ୟାଦି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି।

You might also like