ଅଗଷ୍ଟ ୩କୁ ଘୁଞ୍ଚିଲା ମହାନଦୀ ବିବାଦ ଶୁଣାଣି

ଭୁବନେଶ୍ୱର: ଟ୍ରିବ୍ୟୁନାଲରେ ଚାଲିଥିବା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଅଗଷ୍ଟ ୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଓଡ଼ିଶା ପକ୍ଷରୁ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ଉପରେ ଆଜି ବିଚାର କରି ପରବର୍ତ୍ତୀ ଶୁଣାଣିକୁ ଟ୍ରିବ୍ୟୁନାଲ ଘୁଞ୍ଚାଇଛନ୍ତି।

ଏହାସହ ମୂଳ ମାମଲାର ଶୁଣାଣି କରି ଉଭୟ ଓଡ଼ିଶା ଓ ଛତିଶଗଡ଼କୁ ଅକ୍ଟୋବର ୧୯ ତାରିଖ ସୁଦ୍ଧା ସମସ୍ତ କାଗଜପତ୍ର ଦାଖଲ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି।

You might also like