ରାତି ପାହିଲେ ମୁଣ୍ଡଳି ଛୁଇଁବ ସର୍ବାଧିକ ବନ୍ୟାଜଳ

ଭୁବନେଶ୍ୱର: ଆସନ୍ତାକାଲି ସକାଳେ ମୁଣ୍ଡଳି ଛୁଇଁବ ସର୍ବାଧିକ ବନ୍ୟାଜଳ। ଏ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା।  ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମକୁ ପ୍ରଚୁର ଜଳ ପ୍ରବେଶ କରୁଛି। ଏବେ ଡ୍ୟାମକୁ ୮,୯୫, ୬୦୦ କ୍ୟୁସେକ୍ ପଶୁଛି, ୭, ୬୨, ୧୯୫ କ୍ୟୁସେକ୍ ବାହାରୁଛି। ହୀରାକୁଦରୁ ଆସୁଥିବା ବନ୍ୟାଜଳ କାଲି ସକାଳ ସୁଦ୍ଧା ମୁଣ୍ଡଳି ଛୁଇଁବ ବୋଲି ସେ କହିଛନ୍ତି।

hirakudମୁଣ୍ଡଳି ଛୁଇଁଲା ବେଳେ ଜଳ ପ୍ରବାହ ୧୦ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ୍ ରହିବ। ମୁଣ୍ଡଳିରେ ୬ରୁ ୯ ଘଣ୍ଟା ପର୍ଯ୍ୟନ୍ତ ଜଳ ପ୍ରବାହ ପିକ୍ ରହିବ। ମୁଣ୍ଡଳିରୁ ମହାନଦୀ ତ୍ରିକୋଣଭୂମିକୁ ବନ୍ୟାଜଳ ପ୍ରବେଶ କରିବ। ଏହି ବନ୍ୟାପାଣି କାଠଯୋଡ଼ି, ବିରୂପା, ଦେବୀ, ଦୟା, ଭାର୍ଗବୀ, ଲୁଣା, ଚିତ୍ରୋତ୍ପଳାକୁ ଯିବ। ୨/୩ ଦିନ ଭିତରେ ବନ୍ୟା ସ୍ଥିତି ସୁଧୁରିଯିବ ବୋଲି SRC ଆଶା ବ୍ୟକ୍ତ କରିଛନ୍ତି।

ବନ୍ୟା ଜନିତ କ୍ଷୟକ୍ଷତି ନେଇ SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ବନ୍ୟାରେ ଭଦ୍ରକ, ଯାଜପୁର ଜିଲ୍ଲା ବେଶି କ୍ଷତିଗ୍ରସ୍ତ ହୋଇଛି। ବ୍ରାହ୍ମଣୀ ପାଇଁ ଆଗାମୀ ୨୪ ଘଣ୍ଟା କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ। ବନ୍ୟାରେ ଭଦ୍ରକର ୬୧୦ ଗାଁ ଏବଂ ଯାଜପୁରର ୫୬୦ ଗାଁ ପ୍ରଭାବିତ ହୋଇଛି।

mahanadiପ୍ରାରମ୍ଭିକ ଆକଳନ ଅନୁସାରେ ବନ୍ୟାରେ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୩ ଲକ୍ଷ ପଶୁପକ୍ଷୀ, ୩ ଲକ୍ଷ ହେର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ପ୍ରାରମ୍ଭିକ ଆକଳନ ଅନୁସାରେ ୮ ହଜାର ଘର ଭାଙ୍ଗିଛି। ବନ୍ୟାରେ ଭାସିଯାଇ ଓ କାନ୍ଥ ପଡ଼ି ୧୬ ଜଣଙ୍କର ମୃତ୍ୟୁ ଘଟିଛି। ପାଣି କମିଲେ ସଂପୂର୍ଣ୍ଣ କ୍ଷୟକ୍ଷତି ଆକଳନ କରାଯିବ  SRC କହିଛନ୍ତି।

ଆହୁରି ପଢ଼ନ୍ତୁ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

SCB କୋଭିଡ୍‌ ୱାର୍ଡରେ‌ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

ଦିନକରେ ୮ଟି ସ୍ଥାନରେ ସିବିଆଇ ରେଡ୍

୧୨ରୁ OJEE ପରୀକ୍ଷା

ମିଳିଲାନି କାନ୍ଧ; ଗାଁ ଦାଣ୍ଡରେ ପଡି ରହିଲା ଶବ

ହ୍ୱାଟ୍ସଆପ୍‌ ଜରିଆରେ ଲୋକଙ୍କୁ ମିଳିବ କରୋନା ପରାମର୍ଶ

Bhubaneswar Corona News: ୩୦୫ କରୋନା ପଜିଟିଭ ଚିହ୍ନଟ, ୨୧୫ ଲୋକାଲ୍‌ କେସ

You might also like