• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର : ପୁଲିସ ପାଶବିକତାର ନଗ୍ନ ରୂପ। ମହାକାଳପଡ଼ା ମୋବାଇଲ ଚୋରୀ ଅଭିଯୁକ୍ତର ମଳଦ୍ୱାରରେ ରୁଲବାଡି ପୁରାଇ ଦେବା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଅବିନାଶଙ୍କ ବାପା-ମାଅା ପୁଲିସ ନାଁରେ ଏହି ସଂଗୀନ ଅଭିଯୋଗ ଅାଣିଛନ୍ତି। ଯାହା ପୁଲିସର କ୍ରୁରତାକୁ ବୟାନ କରୁଛି।

ମୋବାଇଲ ଚୋରି ଅଭିଯୋଗକୁ ନେଇ ମହାକାଳପଡ଼ା ପୁଲିସ ଗତ ୨୫ ତାରିଖରେ ମାର୍ଶାଘାଇ ବାଲଣା ଗାଁର ଅବିନାଶ ପାଇଟାଳଙ୍କୁ ଉଠାଇ ଅାଣିଥିଲା। ତେବେ ତା ପରଦିନ ଅବିନାଶଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଅବିନାଶ ଶୌଚ ହେବା ବାହାନାରେ ଯାଇ ଅାତ୍ମହତ୍ୟା କରିଥିବା ପୁଲିସ କହିଥିଲା। ତେବେ ପୁଅକୁ ପିଟିପିଟି ମାରି ଦିଅାଯାଇଥିବା ତାଙ୍କ ବାପା-ମାଅା ଅଭିଯୋଗ ଅାଣିଥିଲେ।

ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ତତ୍ପର ହୋଇଥିଲେ ପୁଲିସ ଡିଜି। ତୁରନ୍ତ ମହାକାଳପଡ଼ା ଥାନା ଅାଇଅାଇସି ଶ୍ୟାମଘନ ବେହେରାଙ୍କୁ ସସ୍‌ପେଣ୍ଡ କରିଥିଲେ। ଅବିନାଶଙ୍କ ପରିବାରକୁ ୨ ଲକ୍ଷ ୧୦ ହଜାର ଟଙ୍କାର ସହାୟତା ସାଙ୍ଗକୁ ତାଙ୍କ ପରିବାରର ଜଣଙ୍କୁ ହୋମ୍‌ଗାର୍ଡ ଚାକିରୀ ଦେବାକୁ ପ୍ରତିଶ୍ରୁତି ଦେଇ ମାମଲାକୁ ଥଣ୍ଡା କରିଦେବାକୁ ଉଦ୍ୟମ ବି ହୋଇଥିଲା।

ଏପଟେ ଅାଜି ଡିଜିପି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏକ ସାମାନ୍ୟ ଘଟଣାକୁ ନେଇ ପୁଲିସ ନାଁରେ ଯେଭଳି ସାଂଘାତିକ ଅଭିଯୋଗ ଅାସିଛି ତାହା ପୁଲିସର କାର୍ଯ୍ୟଶୈଳୀକୁ ସନ୍ଦେହ ଘେରକୁ ଅାଣିଛି । ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

ଏପଟେ  ଅାଜି  କଟକ ଟାଙ୍ଗୀ ଥାନାରେ ଜଣେ ହତ୍ୟା ଅଭିଯୁକ୍ତ ତଣ୍ଟିକାଟି ଅାତ୍ମହତ୍ୟା ଉଦ୍ୟମ କରିଥିଲା। ଗୁରୁତର ଅବସ୍ଥାରେ ତାକୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଗତ ୨୭ ତାରିଖ ରାତିରେ ଟାଙ୍ଗୀ ଥାନା ଗୋକୁଳପୁର ଉପରସାହିର ବଳରାମ ନାୟକ, ସ୍ତ୍ରୀକୁ ଶିଳପୁଅାରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପୁଲିସ ବଳରାମଙ୍କୁ ପଚରାଉଚରା ପାଇଁ ଥାନାକୁ ଅାଣିଥିଲା। ତେବେ ଅାଜି ଯାଏଁ ତାକୁ କାହିଁକି ଗିରଫ କରି କୋର୍ଟ ଫରଓ୍ୱାଡ୍ କରିନଥିଲା ଓ ତା ନିକଟକୁ ଧାରୁଅ ଅସ୍ତ୍ର କେଉଁଠୁ ଅାସିଲା,ତାକୁ ନେଇ ସନ୍ଦେହ ଉପୁଜିଛି।

Mahakalapada-custody-death-issue
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories