ମହାଦୀପ ଦର୍ଶନ କଲେ ହଜାର ହଜାର ଭକ୍ତ

ଭୁବନେଶ୍ୱର : ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ। ରାତି ୧୦ଟାରେ ମହାଦୀପ ଉଠିବାକୁ ସମୟ ଧାର୍ଯ୍ୟ ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟର ପ୍ରାୟ ଅଧଘଣ୍ଟା ଆଗରୁ ଉଠିଥିଲା ମହାଦୀପ।

ଆଜି ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳିଥିଲେ ଅଗଣିତ ଭକ୍ତ। ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ଅପେକ୍ଷା କରିଥିଲେ ମହାଦୀପ ଦର୍ଶନକୁ। ମହାଦୀପ ଉଠିବା ପରେ ହଜାର ହଜାର ଭକ୍ତ ଏହାର ଦର୍ଶନ କରିଥିଲେ।

ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଆଜି ଦିନ ତମାମ ଏକାମ୍ର କ୍ଷେତ୍ରରେ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗିଥିବା ଦେଖିବାକୁ ମିଳିଥିଲା। ଭୋର୍ ୩ଟାରେ ମନ୍ଦିର ଖୋଲାଯାଇ ଠାକୁରଙ୍କ ନୀତିକାନ୍ତି ଶେଷ ହୋଇଥିଲା।  ସମସ୍ତ ନୀତିକାନ୍ତ ସୁରୁଖୁରୁରେ ସରିବା ପରେ ଆରମ୍ଭ ହୋଇଥିଲା ସାହାଣମେଲା ଦର୍ଶନ।

ପ୍ରଭୁ ଲିଙ୍ଗରାଜଙ୍କ ଜାଗର ନୀତି ବେଶ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିଲା।

 

You might also like