ପୁରୀ ଶ୍ରୀମନ୍ଦିରରେ ପଡ଼ିଲା ରକ୍ତର ଛିଟା

ପୁରୀ: ଶ୍ରୀମନ୍ଦିରରେ ଅଭାବନୀୟ ସ୍ଥିତି ଭିତରକାଠ ନିକଟରେ ରକ୍ତ ଛିଟା ପଡ଼ିବାରୁ ଶ୍ରୀଜିଉଙ୍କର ହୋଇଛି ବଡ଼ ମହାସ୍ନାନ। ଶ୍ରୀଜଗନ୍ନାଥ ଟେମ୍ପୁଲ ପୋଲିସର ଦୁଇ କର୍ମଚାରୀ ଗଙ୍ଗା ପ୍ରଧାନ ଓ ମନୋଜ ପାଣିଗ୍ରାହୀଙ୍କ ଭିତରେ କଥା କଟାକଟି ଓ ଥଟ୍ଟା ମଜା ବେଳେ ଏହି ଗଣ୍ଡଗୋଳ ହୋଇଥିଲା। ମାରପିଟ୍ ବେଳେ ମନୋଜ ପାଣିଗ୍ରାହୀଙ୍କ ମୁଣ୍ଡ ଫାଟିଯିବାରୁ ଭିତରକାଠ ସମ୍ମୁଖରେ ରକ୍ତ ଛିଟା ପଡ଼ିଥିଲା। ଆଜି ମଧ୍ୟାହ୍ନ ଧୂପ ପରେ ଏହି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି। ଆହତ ମନୋଜଙ୍କୁ ପୁରୀ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି।

ସେପଟେ ଶ୍ରୀମନ୍ଦିରରେ JTPଙ୍କ ମଧ୍ୟରେ ମାରପିଟ୍ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାର ତଦନ୍ତ ପାଇଁ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯାଇଛି। କାଲି ସୁଦ୍ଧା ରିପୋର୍ଟ ଦେବାକୁ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଦେଇଛନ୍ତି।

ଗତ ମାର୍ଚ୍ଚ ୬ରେ ଶ୍ରୀମନ୍ଦିରରେ ଭିତରକାଠ ନିକଟରେ ରକ୍ତଛିଟା ଦେଖିବା ପରେ ଶ୍ରୀଜିଉଙ୍କର ମହାସ୍ନାନ ହୋଇଥିଲା। ସକାଳ ନୀତିରେ ସାମାନ୍ୟ ବିଳମ୍ବ ହୋଇଥିଲା। ମହାସ୍ନାନ ନୀତି ସମ୍ପନ୍ନ ପରେ ପୁଣି ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯାଇଥିଲା। ପରମ୍ପରା ଅନୁସାରେ ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତ ଛିଟା ଦେଖିଲେ ଠାକୁରଙ୍କ ମହାସ୍ନାନ ନୀତି ହୋଇଥାଏ। ତେବେ ରକ୍ତ ଛିଟା କେଉଁଠୁ ଭିରତକାଠ ନିକଟକୁ ଆସିଲା ତାହା ଜଣାପଡ଼ିନଥିଲା। ସେତେବେଳେ ସକାଳେ ବେହରଣ ଦ୍ୱାର ଓ ଭିତରକାଠ ମଧ୍ୟରେ ରକ୍ତର ଛିଟା ଦେଖିବାକୁ ମିଳିଥିଲା। ପରେ ଏହାକୁ ଦେଖିବା ପରେ ସେବାୟତମାନେ ମହାପ୍ରଭୁଙ୍କ ରତ୍ନ ସିଂହାସନରେ ମହାସ୍ନାନ ନୀତି ହୋଇଥିଲା।

You might also like