ଶ୍ରୀମନ୍ଦିର ଭିତରେ ରକ୍ତ ଛିଟା: ଶ୍ରୀଜିଉଙ୍କର ହେଲା ମହାସ୍ନାନ

ରକ୍ତଛିଟା ଦେଖିବାରୁ ମହାସ୍ନାନ

  • ରକ୍ତଛିଟା ଦେଖିବାରୁ ମହାସ୍ନାନ
  • ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ହେଲା ମହାସ୍ନାନ
  • ଭିତରକାଠ ନିକଟରେ ରକ୍ତଛିଟା ଦେଖିବାରୁ ଠାକୁରଙ୍କ ମହାସ୍ନାନ
  • ମହାସ୍ନାନ ଯୋଗୁଁ ଠାକୁରଙ୍କ ସକାଳ ନୀତିରେ ସାମାନ୍ୟ ବିଳମ୍ବ
  • ମହାସ୍ନାନ ସରିବା ପରେ ଭକ୍ତଙ୍କୁ ପୁଣି ମିଳିଲା ଦର୍ଶନ ଅନୁମତି
  • ଭିତରକାଠ ନିକଟରେ କେଉଁଠୁ ଆସିଲା ରକ୍ତଛିଟା ତାହା ଅସ୍ପଷ୍ଟ

ପୁରୀ(ମଧୁସୂଦନ ମିଶ୍ର) ଶ୍ରୀମନ୍ଦିରରେ ଭିତରକାଠ ନିକଟରେ ରକ୍ତଛିଟା ଦେଖିବା ପରେ ଶ୍ରୀଜିଉଙ୍କର ମହାସ୍ନାନ ହୋଇଛି। ଫଳରେ ସକାଳ ନୀତିରେ ସାମାନ୍ୟ ବିଳମ୍ବ ହୋଇଥିଲା। ମହାସ୍ନାନ ନୀତି ସମ୍ପର୍ଣ୍ଣ ପରେ ପୁଣି ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯାଇଛି। ପରମ୍ପରା ଅନୁସାରେ ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତ ଛିଟା ଦେଖିଲେ ଠାକୁରଙ୍କ ମହାସ୍ନାନ ନୀତି ହୋଇଥାଏ ତେବେ ରକ୍ତ ଛିଟା କେଉଁଠୁ ଭିରତକାଠ ନିକଟକୁ ଆସିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।

ସୂଚନା  ଅନୁସାରେ, ବେହରଣ ଦ୍ୱାର ଓ ଭିତରକାଠ ମଧ୍ୟରେ ରକ୍ତର ଛିଟା ଦେଖିବାକୁ ମିଳିଥିଲା। ପରେ ଏହାକୁ ଦେଖିବା ପରେ ସେବାୟତମାନେ ମହାପ୍ରଭୁଙ୍କ ରତ୍ନ ସିଂହାସନରେ ମହାସ୍ନାନ ନୀତି ହୋଇଛି। ତେବେ ଆଜି ୫ଟା ୫୦ ମିନିଟ୍‌ ସମୟରେ ଦ୍ୱାର ଫିଟା ନୀତି ହୋଇଥିଲା। ଏବଂ ପରବର୍ତ୍ତୀ ସମୟରେ ୬.୪୫ ମିନିଟ୍‌ରେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ ଶେଷ ହୋଇଥିଲା। ଏହାପରେ ଶ୍ରୀଜିଉଙ୍କ ମଇଲମ ଓ ତଡ଼ପଲାଗି ହୋଇଥିଲା।

ନୀତି ସମ୍ପର୍ଣ୍ଣ ହେବା ପରେ ଅବକାଶ ନୀତି ଚାଲିଥିବା ସମୟରେ ରକ୍ତ ପଡ଼ିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ପରେ ଅବକାଶ ନୀତିକୁ ବନ୍ଦ କରିଦିଆଯାଇଥିଲା। ରକ୍ତ ଛିଟା ଲାଗି ମହାସ୍ନାନ ନୀତି ବଢିଥିଲା। ପରେ ୮.୪୫ ସମୟରେ ମହାସ୍ନାନ ନୀତି ଶେଷ ହେବା ପରେ ପୁଣି ଥରେ ଶ୍ରୀଜିଉଙ୍କର ପୁଣି ଥରେ ଅବକାଶ ନୀତି ହୋଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ କେମିତି ରକ୍ତ ଛିଟା ପଡ଼ିଲା ତାହା ସ୍ପଷ୍ଟ ହୋଇପାରିନାହିଁ।

You might also like