ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ମହାବନ୍ଦ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶା ଓକିଲ ସଂଘର ମହାବନ୍ଦର ଆଜି ହେଉଛି ଦ୍ୱିତୀୟ ଦିନ।

ଆଜି ମଧ୍ୟ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମହାବନ୍ଦ ପାଳନ କରାଯାଉଛି।  ଏଥିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବାର୍ ଆସୋସିଏସନ୍ ଏବଂ ଅନ୍ୟାନ୍ୟ ସାମାଜିକ ସଂଗଠନ ସାମିଲ ହୋଇଛନ୍ତି। ଗତକାଲି ଠାରୁ ଏହି ବନ୍ଦ ପାଳନ ହେଉଛି।  ଗତକାଲି ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା।

ବନ୍ଦ ଯୋଗୁଁ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବି ବନ୍ଦ ରହିଥିଲା। ଜରୁରୀକାଳୀନ ସେବାକୁ ଏହି ମହାବନ୍ଦରୁ ବାଦ୍ ଦିଆଯାଇଥିଲେ ମଧ୍ୟ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଦୁଇ ଦିନିଆ ମହାବନ୍ଦ ପରେ ବି ଯଦି ସ୍ଥାୟୀ ବେଞ୍ଚ୍‌ ପାଇଁ ପଦକ୍ଷେପ ନିଆ ନ ଯାଏ, ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି। ସେପଟେ ଏହି ବନ୍ଦରେ କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗିର ସମେତ ରାଉରକେଲା ଓ ବରଗଡ଼ ସହର ବାସିନ୍ଦା ସାମିଲ ହୋଇ ନାହାନ୍ତି।

You might also like