ଆସନ୍ତା ୧୨ରେ ପବିତ୍ର ମାଘ ସପ୍ତମୀ

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ପବିତ୍ର ମାଘ ସପ୍ତମୀ। ଏହି ଅବସରରେ କୋଣାର୍କ ଚନ୍ଦ୍ରଭାଗା ନଦୀ ମୁହାଣରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ବୁଡ଼ ପକାଇବେ। ଏନେଇ ପୁରୀ ଜିଲ୍ଲପାଳଙ୍କ ଅଧ୍ୟକ୍ଷତାରେ ସମନ୍ୱୟ ବୈଠକ ଆୟୋଜିତ ହୋଇଛି।

ମାଘ ସପ୍ତମୀରେ ଚନ୍ଦ୍ରଭାଗା ବୁଡ଼ ସହ ମାଘ ମେଳା ମଧ୍ୟ ଆୟୋଜିତ ହେବ। ତେଣୁ ଏହି ଅବସରରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ଆଶଙ୍କା ଥିବାରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଛି।

ମୁଖ୍ୟତଃ ସ୍ଥାନୀୟ ଅଞ୍ଚଳର ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ତୀର୍ଥ ପୁଷ୍କରଣୀ ଖନନ, ବାକି ଥିବା ରାସ୍ତାର ମରାମତି ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି।

ଏହି ବୈଠକରେ  ପୁରୀ ଅତିରିକ୍ତ ଜିଲ୍ଲପାଳ ବିନୟ କୁମାର ଦାସଙ୍କ ସମେତ ସ୍ଥାନୀୟ ବିଧାୟକ ଏବଂ ପୋଲିସ ଅଧିକାରୀ ଉପସ୍ଥିତି ଥିଲେ।

You might also like