ମାଦିଗୁଡାରେ ଉତ୍କଟ ଜଳ ସମସ୍ୟା, ଗ୍ରାମାଞ୍ଚଳଠାରୁ ସହରାଞ୍ଚଳରେ ପାଣି ସମସ୍ୟା ବଳି ପଡୁଛି

କେବେ ସରିବ ଜଳକଷ୍ଟ?

କଳାହାଣ୍ଡି (ରାଜକିଶୋର ସିଂହଦେଓ): ସରକାର ପାନୀୟ ଜଳ ଯୋଗାଣ କରି ଲୋକଙ୍କ ନିକଟରେ ପହଞ୍ଚାଇବା କଥା କହୁଛନ୍ତି । ହେଲେ କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଭବାନୀପାଟଣା ବ୍ଲକରେ  ଏବେ  ପାନୀୟ ଜଳର ସମସ୍ୟା ଦେଖାଦେଇଛି। ନିକଟରେ ତେଲ ନଦୀ ରହିଥିଲେ ବି ପିଇବା ପାଇଁ ଖରା ଦିନେ ଡହଳ ବିକଳ ହେଉଛନ୍ତି ଲୋକେ। ଏପଟେ ସାରା ବିଶ୍ୱରେ କରୋନା ମହାମାରି ଦିନକୁଦିନ ତାର କାୟା ବିସ୍ତାର କରିଚାଲିଥିବା ବେଳେ ପାନୀୟ ଜଳ ସମସ୍ୟା ଆହୁରି କଷ୍ଟ ବଢେଇଦେଇଛି ।

କଳାହାଣ୍ଡି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ  ବୃଦ୍ଧି ପାଇଥିବା ବେଳେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କଳାହାଣ୍ଡି ଜିଲ୍ଲାରେ ଗତ କିଛିଦିନ ହେଲା ପ୍ରବଳ ଗରମ ସହ ଗୁଳୁଗୁଳି ହେଉଛି । ଦିନକୁ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ତାତି ବୃଦ୍ଧି ପାଉଥିବା ବେଳେ ଗ୍ରାମାଞ୍ଚଳ ଠାରୁ ସହରରେ ଜଳକଷ୍ଟ ସଙ୍ଗିନ ରୂପ ଧାରଣ କରିଛି ।  ଭବାନୀପାଟଣା ସଦର ବ୍ଲକର ମାଦିଗୁଡା ପଞ୍ଚାୟତରେ ପିଇବା ପାଣିର ସମସ୍ୟା ଲାଗି ରହିଛି। ଫଳରେ ନିକଟରେ ଯାଇଥିବା ତେଲ ନଦୀରେ ପାଣି ଅଛି କିନ୍ତୁ ଗାଁରେ ଯୋଗାଣ ବ୍ୟବସ୍ଥା ହୋଇ ନ ପାରିବା କାରଣରୁ ଖରାରେ ତେଲ ନଦୀରୁ ପାଣି ଆଣି ବ୍ୟବହାର କରୁଛନ୍ତି ଲୋକେ।

ପିଇବା ପାଇଁ ଦୁଇ କିଲୋମିଟର ଦୂର ତେଲ  ନଈରୁ ପାଣି ଆଣୁଛନ୍ତି ଲୋକେ । ଭବାନିପାଟଣା ବ୍ଲକ ମାଦିଗୁଡା ପଞ୍ଚାୟତରେ ପିଇବା ପାଣି ପାଇଁ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ପଞ୍ଚାୟତବାସୀ । ଗ୍ରାମରେ ୧୦ ରୁ ଉର୍ଦ୍ଧ ନଳକୁପ ଅଛି ହେଲେ ଅର୍ଦ୍ଧାଧିକ ଅଚଳ ହୋଇ ପଡିଛି । କେଉଁ ନଳକୂପରୁ ପାଣି ବାହାରୁଛି ତ ଆଉ କେଉଁ ନଳକୁପ ପାଣି ଆସୁନାହିଁ । ଗ୍ରାମରେ ଥିବା ଷ୍ଟାଣ୍ଡ ପୋଷ୍ଟ ନାମକୁ ମାତ୍ର ରହିଛି, ହେଲେ ତାହା ଦୀର୍ଘଦିନ ହେବ ଖରାପ ହୋଇ ପଡିଛି। ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ମାନେ ତେଲନଦୀକୁ ନିଜର ଆଶା ଭରସା ଭାବି ନେଇଛନ୍ତି । ପ୍ରବଳ ଖରାରେ ତତଲା ବାଲିରେ ୩ କିଲୋମିଟର ଚାଲି ଚାଲି ଯାଇ ତେଲନଦୀରେ ବାଲି ଚୁଆଁ କରି ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି ଲୋକେ ।

ବର୍ଷ ବର୍ଷ ଧରି ଏହି ଅଞ୍ଚଳରେ ପାନୀୟଜଳର ସମସ୍ୟା ଲାଗି ରହିଛି। ଏଥିପ୍ରତି ରାଜ୍ୟ ସରକାର ମଧ୍ୟ ଧ୍ୟାନ ଦେଉନାହାନ୍ତି । ନିର୍ବାଚନ ଆସିଲେ ରଜ୍ୟ ସରକାର ସମସ୍ତ ପ୍ରକାର ସୁବିଧା କରିଦେବା କଥା କହିଥାନ୍ତି କିନ୍ତୁ ନିର୍ବାଚନ ସରିଗଲେ ସରକାର ଭୁଲିଯାଆନ୍ତି ଯାହାକୁ ନେଇ ଅଞ୍ଚଳବାସୀ ଅସନ୍ତୁଷ୍ଟ ଅଛନ୍ତି । ସରକାର ମାଦିଗୁଡା ପ୍ରତି କେବେ ଦୃଷ୍ଟି ତେବେ ତାହା ଚାତକ ଭଳି ଅନେଇ ବସିଛନ୍ତି ଗ୍ରାମବାସୀ ।

ତେବେ ବର୍ଷ ବର୍ଷ ଧରି ମାଦିଗୁଡା ଗାଁରେ ପାଣି ଟିକକ ପାଇଁ ସବୁବେଳେ ସମସ୍ୟା ଭୋଗୁଛନ୍ତି କିନ୍ତୁ କେବେବି ପିଇବା ପାଣିର ସମସ୍ୟା ର ସମାଧାନ ହେଇପାରୁନାହିଁ । ଚଳିତ ବର୍ଷ ଯଥାଶୀଘ୍ର ଟ୍ୟାଙ୍କର ଯୋଗେ ପାଣି ଯୋଗାଣ କଲେ ଲୋକେ ପାଣି ଅଭାବରୁ ମୁକ୍ତି ପାଇ ପାରିବେ। ତେବେ ଦେଖାଯାଉ କେବେ ଏହି ଅଂଚଳରେ ସ୍ଥାୟୀ ସମାଧାନ କରୁଛନ୍ତି ସରକାର।

You might also like