ରାଉରକେଲାରେ କୁକୁର ଆତଙ୍କ; ଗୋଟିଏ ଦିନରେ ୧୪୧ଙ୍କୁ କାମୁଡ଼ିଲା

ରାଉରକେଲା: ରାଉରକେଲା ସହରରେ କୁକୁର ଆତଙ୍କ। ୩ ଦିନ ମଧ୍ୟରେ ୨ଶହରୁ ଅଧିକ ଲୋକଙ୍କୁ ଆକ୍ରମଣ କଲେଣି ଏକାଧିକ କୁକୁର। ରବିବାର ଦିନ ୮୯ ଜଣ ଏବଂ ଗତକାଲି ୧୪୧ ଜଣ ଲୋକ କୁକୁର ଆକ୍ରମଣର ଶିକାର ହୋଇଥିବା ସୂଚନା ମିଳିଛି।

ସେକ୍ଟର ଅଞ୍ଚଳ, ଝିରିପାଣି, ଜଗଦା, କୋଏଲ୍ ନଗର, ମାଲଗୋଦାମ, ମଧୁସୂଦନ ପାଲି, ଜଲଦା ଅଞ୍ଚଳରେ ୮ରୁ ୧୦ଟି କୁକୁର ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ସହ କାମୁଡୁଛନ୍ତି । ଏହାପରେ କୁକୁର କାମୁଡ଼ା ଇଞ୍ଜେକ୍ସନ ନେବାକୁ ସରକାରୀ ଡାକ୍ତରଖାନାରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି। ଏଭଳି ସ୍ଥିତିରେ କୁକୁର କାମୁଡ଼ା ଇଞ୍ଜେକ୍ସନ ଅଭାବ ପଡ଼ିବା ଆଶଙ୍କା ରହିଛି। ଗତ ମାସରେ ଶହେରୁ ଅଧିକ ଲୋକଙ୍କୁ କାମୁଡ଼ିଥିଲେ ପାଗଳ କୁକୁର।

You might also like