• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୋନପୁର: ଚର୍ଚ୍ଚାକୁ ଆସିଥିବା ମା’ ଶାଢୀର ପ୍ରକୃତ ଡିଜାଇନର କିଏ ? ଏହାକୁ ନେଇ ବଢିଛି ବିବାଦ। ରାଜେଶ ମେହେର ଏହି ଶାଢୀର ଡିଜାଇନର ବୋଲି ପ୍ରଥମେ କୁହାଯାଉଥିଲା। ହେଲେ ଏବେ ବହୁଚର୍ଚ୍ଚିତ ଏଇ ମା’ ଶାଢୀର ଅସଲି ଡିଜାଇନର ବୀରମହାରାଜପୁର ଟିକ୍ରାପଡାର ବିଶ୍ୱନାଥ ମେହେର ବୋଲି ସୋସିଆଲ ମିଡିଆରେ ଖବର ବୁଲୁଛି। ଏପରିକି ଏ ନେଇ ନିଜେ ବିଶ୍ୱନାଥ ମଧ୍ୟ ଏ ନେଇ ମୁହଁ ଖୋଲିଛନ୍ତି।

 ବିଶ୍ୱନାଥ ମେହେର ମଧ୍ୟ ଜଣେ ଭଲ ଡିଜାଇନର। ନିଜ ସୁନ୍ଦର ଏବଂ ନିଆରା ଡିଜାଇନ ପାଇଁ ପୂର୍ବରୁ ଅନେକ ପୁରସ୍କାର  ହାତେଇ ସାରିଛନ୍ତି। ଏଥିପାଇଁ ତାଙ୍କ ନାଁ ନ୍ୟାସନାଲ ବୁକ୍‌ ଆୱାର୍ଡ ପାଇଁ ନାମିତ ଅଛି ।  ଏହି ମା’ ଶାଢୀ ବିଶ୍ୱନାଥଙ୍କର ଡିଜାଇନ ବୋଲି ସୋସିଆଲ ମିଡିଆରେ ପ୍ରକାଶ ପାଇଛି। କେବଳ ସେତିକି ନୁହେଁ, ଏନେଇ ତାଙ୍କ ପାଖରେ ଥିବା ସମସ୍ତ ପ୍ରମାଣ ପତ୍ର ମଧ୍ୟ ଗଣ ମାଧ୍ୟମ ଆଗରେ ଦେଖାଇଛନ୍ତି । ବିଶ୍ୱନାଥ କହିଛନ୍ତି, ଏହି ଶାଢୀର ଡିଜାଇନ ଦେଇଥିଲେ ତାଙ୍କ ଗୁରୁ ପ୍ରଫୁଲ୍ଲ ମେହେର। ଏହି ଶାଢୀ ପାଇଁ ତାଙ୍କୁ ୨୦୧୪ ମସିହାରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ମିଳିଥିବା ସେ କହିଥିବାବେଳେ ଶାଢୀର ମୂଳ ବାନ୍ଧ ସହ ପ୍ରଥମ ବୁଣା ମାଁ ଶାଢୀକୁ ମଧ୍ୟ ଦେଖାଇଛନ୍ତି । ହେଲେ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ରାଜେଶ ମେହେର ମା’ ଶାଢ଼ିର ଡିଜାଇନର ବୋଲି ଖବର ପ୍ରକାଶ ପାଇଥିଲା । ତେବେ ଏହି ଖବର ପ୍ରକାଶ ପାଇବାର ମାତ୍ର କେଇ ଘଣ୍ଟା ପରେ ବିଶ୍ୱନାଥ ଏହି ଶାଢୀର ଡିଜାଇନର ବୋଲି ଖବର ବୁଲିଥିଲା। ଏପରି ଖବରକୁ ନେଇ କ୍ଷୋଭ ପ୍ରକାଶ କରଛନ୍ତି ବିଶ୍ୱନାଥ।

ଅନ୍ୟପକ୍ଷେ, ଏହାକୁ ଖଣ୍ଡନ କରଛନ୍ତି ଅନ୍ୟତମ ଦାବୀଦାର ରାଜେଶ ମେହେର । ସେ କହିଛନ୍ତି, ବିଶ୍ୱନାଥ ମେହେରଙ୍କ ପ୍ରସ୍ତୁତ ବାନ୍ଧ ଓ ବୁଣା ଶାଢୀରେ ୧୬ଟି ଭାଷାରେ ‘ମାଁ’ ଲେଖାଯାଇଛି । ସେହିଭଳି ତାଙ୍କ ଦ୍ୱାରା ବୁଣା ଯାଇଥିବା ଶାଢୀର ପଣତରେ ବ୍ଲୁ ରଂଗ ଉପରେ ହିନ୍ଦୀ ଭାଷାରେ ଏକ ଶ୍ଲୋକ ଲେଖାଯାଇଥିବା ଦେଖିବାକୁ ମିଳିଛି । ଏପରିକି ଶାଢୀର ଧାଡିରେ ଚାରୋଟି ଫୁଲ ରହିଛି ।

ହେଲା ରାଜେଶ ମେହେର କହିଛନ୍ତି, ତାଙ୍କ ପ୍ରଦର୍ଶିତ ଶାଢୀରେ ରହିଛି ୧୩ ଟି ଭାଷାରେ ମାଁ ଅକ୍ଷର । ସେହିଭଳି ପଣତରେ କୌଣସି ଶ୍ଲୋକ ନଥିବା ସହ ରହିଛି ଅନ୍ୟାନ୍ୟ କୁଟିକାମ । ଏପରିକି ସମଗ୍ର ଶାଢୀର ରଂଗ, ରୁପରେଖ ସେହି ଶାଢୀରୁ ସମ୍ପୁର୍ଣ୍ଣ ଭିନ୍ନ ବୋଲି ସେ ଦର୍ଶାଇଛନ୍ତି । ସେ ଆହୁରି କହିଛନ୍ତି ଯେ, ମୋ ମାଟିର ଜଣେ ଶିଳ୍ପୀ ଆଗରୁ ଯଦି ମାଁ ଶାଢୀ ପ୍ରସ୍ତୁତକରି ଜାତୀୟ ପୁରସ୍କାର ପାଇଛନ୍ତି ମୁଁ ସେଥିରେ ଖୁସି । କିନ୍ତୁ ତାଙ୍କ ଓ ମୋ ଶାଢୀ ଭିତରେ ଅନେକ ପାର୍ଥକ୍ୟ ରହିଛି ବୋଲି ସେ କହିଛନ୍ତି ।

ସୂଚନାଥାଉ କି, ରାଜେଶ ମେହେର ଦାବି କରିଥିଲେ ଯେ, ମା’ ଶାଢୀକୁ ସେ ନିଜେ ଡିଜାଇନ୍‌ କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ସେ ଘରେ ବସି ବସି ଏହାକୁ ପ୍ରସ୍ତୁତ କରିଛନ୍ତି ।

ସୋନପୁର ପଟାଭାଡିର ରାଜେଶ ମେହେର ହେଉଛନ୍ତି ଜଣେ ବ୍ୟବସାୟୀ । ସୋସିଆଲ ମିଡିଆରେ ରାଜେଶଙ୍କୁ ନେଇ ଆଉ ଏକ ଖବର ମଧ୍ୟ ପ୍ରକାଶ ଘୂରି ବୁଲୁଛି। ଟୁଇଟରରେ ଭାଇରାଲ ଏକ ଖବରରୁ ଜଣାଯାଇଛି, ଗତବର୍ଷ  ବିଦ୍ୟାବାଲନ ଯେଉଁ ସମ୍ବଲପୁରୀ ଗଣିତ ଶାଢ଼ି ପିନ୍ଧି ‘ଶକୁନ୍ତଲା ଦେବୀ’ ଫିଲ୍ମର ଇ-ପ୍ରମୋସନ୍‌ କରିଥିଲେ ତାକୁ ସେ ନିଜେ ରାଜେଶ ଡିଜାଇନ୍‌ କରିଛନ୍ତି ବୋଲି କହିଥିଲେ । କିନ୍ତୁ ବାସ୍ତବରେ ଏହାର ପ୍ରସ୍ତୁତି ସହ ଉତ୍କଳଅମ୍ରିତା ଏବଂ ସାବତଏକ୍ସପୋର୍ଟ୍ସ ସହ ଜଡ଼ିତ । ଏହାକୁ ଡିଜାଇନ୍‌ କରିଥିଲେ ପ୍ରଫୁଲ୍ଲ ମେହେର । ସେ ଉଭୟ ଗଣିତ ଶାଢ଼ି ଏବଂ ଶ୍ରୀଗଣିତ ଶାଢ଼ିର ଡିଜାଇନର ଥିଲେ ବୋଲି ଏହି ଟୁଇଟରରେ କୁହାଯାଇଛି।

 

Maa-sarees-real-weaver-biswanath-meher
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories