ନିଶା ମୁକ୍ତ ଓଡ଼ିଶା ପାଇଁ ପ୍ରୟାସ

ବାଲେଶ୍ୱରରୁ ଭୁବନେଶ୍ୱର ପଦଯାତ୍ରା

ବାଲେଶ୍ୱର : ନିଶା ମୁକ୍ତ ଓଡ଼ିଶା ପାଇଁ ପ୍ରୟାସ । ପାଦରେ ଚାଲି ଚାଲି ବାଲେଶ୍ୱରରୁ ଭୁବନେଶ୍ୱର ପହଞ୍ଚିବେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ । ମାଅା ଘର ଫାଉଣ୍ଡେସନ୍ ପକ୍ଷରୁ ଅାରମ୍ଭ ହୋଇଛି ଏହି ପଦଯାତ୍ରା । ଅାଜିଠୁ ଅାରମ୍ଭ ହୋଇଥିବା ପଦଯାତ୍ରା ଗାନ୍ଧୀ ଜୟନ୍ତୀ ଦିନ ଭୁବନେଶ୍ୱରରେ ପହଞ୍ଚିବ ।

ବାଲେଶ୍ୱର ଫକିରମୋହନଙ୍କ ଜନ୍ମପୀଠ ଶାନ୍ତି କାନନରୁ ବାହାରିଛି ଏହି ପଦଯାତ୍ରା । ୧୪ଟି ସ୍ଥାନରେ ରହଣି ସହିତ ଏହାର ଲକ୍ଷ୍ୟ ରଖିଛି ନିଶା ସେବନର କୁପ୍ରଭାବ ସଂପର୍କରେ ସଚେତନ କରାଯିବ।

You might also like