ଆଜି ୫ମ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ପ୍ରଦାନ କରିବେ କମିଶନ

ଭୁବନେଶ୍ୱର: ଚିଟ୍‌ଫଣ୍ଡ କେଳେଙ୍କାରୀର ତଦନ୍ତ କରୁଥିବା ଜଷ୍ଟିସ ଏମ୍.ଏମ୍ ଦାସ କମିଶନ ଆଜି ପଞ୍ଚମ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ। ପଞ୍ଚମ ପର୍ଯ୍ୟାୟରେ ସତ୍ୟପାଠ ଯାଞ୍ଚ ପରେ କମିଶନ ଏହି ରିପୋର୍ଟ ପ୍ରଦାନ କରିବେ। ଏହି ରିପୋର୍ଟ ଗୃହ ସଚିବଙ୍କୁ କମିଶନଙ୍କ ସଚିବ ପ୍ରଦାନ କରିବେ ବୋଲି ସୂଚନା ମିଳିଛି।

ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୫୨ ହଜାର ସତ୍ୟପାଠ ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀଙ୍କୁ କମିଶନଙ୍କ ପକ୍ଷରୁ ଚିହ୍ନଟ କରାଯାଇଛି। ଏହାପୂର୍ବରୁ ୨୦୧୮ ଜାନୁୟାରୀ ୧୮ରେ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ କମିଶନ।

You might also like