ଦୀର୍ଘ ବର୍ଷ ପରେ ପାରାଦୀପ ବନ୍ଦରକୁ ଆସିଲା ଯାତ୍ରୀବାହୀ ଜାହାଜ

ପାରାଦୀପ: ଦୀର୍ଘ ବର୍ଷ ପରେ ପାରାଦୀପ ବନ୍ଦରକୁ ଆସିଲା ଯାତ୍ରୀବାହୀ ଜାହାଜ।

ଆଜି ଯାତ୍ରୀବାହୀ ଜାହାଜ ‘ସିଲ୍‌ଭର୍‌ ଡିସ୍‌କଭରର୍‌’ ପାରାଦୀପ ବନ୍ଦରରେ ପହଞ୍ଚିଛି। ଏହି ଜାହାଜରେ ଆମେରିକା, ଅଷ୍ଟ୍ରେଲିଆ, ନ୍ୟୁଜ୍‌ଲାଣ୍ଡ ଭଳି ବିଭିନ୍ନ ଦେଶରୁ ୬୨ ଜଣ ପର୍ଯ୍ୟଟକ ଆସିଛନ୍ତି। ପର୍ଯ୍ୟଟକଙ୍କ ସହିତ ଜାହାଜରେ ୯୩ ଜଣ କର୍ମଚାରୀ ଅଛନ୍ତି।

ଆଜି ସକାଳ ୫ଟାରେ ପାରାଦୀପ ବନ୍ଦର ୱେଟ୍‌ବେସିନ୍‌ ଠାରେ ଏହି ଜାହାଜଟି ବର୍ଥିଂ କରିଛି। ପ୍ରାୟ ୧୦-୧୨ ବର୍ଷ ପରେ ଯାତ୍ରୀବାହୀ ଜାହାଜ ପାରାଦୀପ ବନ୍ଦରକୁ ଆସିଥିବା ଜଣାପଡ଼ିଛି।

ଏହି ଜାହାଜରେ ଆସିଥିବା ପର୍ଯ୍ୟଟକମାନେ ରତ୍ନଗିରି, ଉଦୟଗିରି, ଲଳିତଗିରି ସମେତ ଓଡ଼ିଶାର ଅନେକ ସ୍ଥାନ ବୁଲିବା ସହ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଖାଇବେ ବୋଲି ସୂଚନା ମିଳିଛି।

You might also like