ଗାଡ଼ି ମିଳିଲାନି, ଆମ୍ୱୁଲାନ୍ସରେ ଆସିଲେ ଲୋକେ
ଭଦ୍ରକ: କରୋନା ମୁକାବିଲା ଲାଗି ସାରା ଦେଶରେ ଲକ୍ଡାଉନ୍ ଘୋଷଣା ହୋଇଥିବାବେଳେ ଭଦ୍ରକରେ ଏହାର ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି। ଗାଡ଼ି ନ ପାଇ ହଇରାଣ ହେଉଥିବାବେଳେ ଆମ୍ବୁଲାନ୍ସରେ ଯିବା ଆସିବା କରୁଛନ୍ତି। ଭଦ୍ରକ ଚରମ୍ପା ପାଖରେ ଯାତ୍ରୀମାନଙ୍କୁ ବୋହୁଥିବା ଗୋଟିଏ ଆମ୍ବୁଲାନ୍ସକୁ ଟାଉନ ଥାନା ପୋଲିସ ଜବତ କରି ଆରଟିଓକୁ ହସ୍ତାନ୍ତର କରିଛି। ଏହାସହ ଆମ୍ବୁଲାନ୍ସ ଉପରେ ୩୧ ହଜାର ୫୦୦ ଟଙ୍କାର ଜରିମାନା କରିଛି ଆରଟିଓ। ଆମ୍ବୁଲାନ୍ସରୁ ୮ ଜଣ ଲୋକ ଓହ୍ଲାଇବା ପରେ […]
ଭଦ୍ରକ: କରୋନା ମୁକାବିଲା ଲାଗି ସାରା ଦେଶରେ ଲକ୍ଡାଉନ୍ ଘୋଷଣା ହୋଇଥିବାବେଳେ ଭଦ୍ରକରେ ଏହାର ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି। ଗାଡ଼ି ନ ପାଇ ହଇରାଣ ହେଉଥିବାବେଳେ ଆମ୍ବୁଲାନ୍ସରେ ଯିବା ଆସିବା କରୁଛନ୍ତି।
ଭଦ୍ରକ ଚରମ୍ପା ପାଖରେ ଯାତ୍ରୀମାନଙ୍କୁ ବୋହୁଥିବା ଗୋଟିଏ ଆମ୍ବୁଲାନ୍ସକୁ ଟାଉନ ଥାନା ପୋଲିସ ଜବତ କରି ଆରଟିଓକୁ ହସ୍ତାନ୍ତର କରିଛି। ଏହାସହ ଆମ୍ବୁଲାନ୍ସ ଉପରେ ୩୧ ହଜାର ୫୦୦ ଟଙ୍କାର ଜରିମାନା କରିଛି ଆରଟିଓ। ଆମ୍ବୁଲାନ୍ସରୁ ୮ ଜଣ ଲୋକ ଓହ୍ଲାଇବା ପରେ ସନ୍ଦେହ ହେବାରୁ ଏହାକୁ ପୋଲିସ ଧରିଥିଲା।