• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ରାଉରକେଲା  : ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣର ତାଣ୍ଡବରେ ଛିନ୍‌ଛତ୍ର ଛାତଘର। ବିସ୍ଫୋରଣର ପ୍ରଭାବରୁ ପାଖ ପଡୋଶୀଙ୍କ ଅାଜବେଷ୍ଟସ ଘର ବି ବାଦ୍ ପଡ଼ିନି। ରାଉରକେଲା ମଧୂସୂଦନପାଲି ନିକଟ ତେଲୁଗୁ ବସ୍ତିରେ ଘଟିଥିବା ବିସ୍ଫୋରଣ ପରର ଏହି ଦୃଶ୍ୟ ହିଁ ବୟାନ କରୁଛି ପୁରା ଧ୍ୱଂସ ବିଧ୍ୱସ୍ତର ଅବସ୍ଥା।

କାହା ଘର ଛାତ ଉଡ଼ିଯାଇଛି ତ ଅାଉ କାହା ଘର କାନ୍ଥ ଭାଙ୍ଗିଯାଇଛି । ଅାଉ ସେହି ଭଙ୍ଗା ଘରର ଅବଶେଷ ଭିତରୁ ପୁଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କରାଯାଉଛି ଅାହତଙ୍କୁ। ତେଲୁଗୁବସ୍ତିର ବ୍ୟବସାୟୀ ଜବାହରଲାଲ ଶ୍ରୀବାସ୍ତବଙ୍କ କୋଠାଘରର ଉପର ମହଲାରେ ଘଟିଛି ଏହି ବିସ୍ଫୋରଣ। ଏଥିରେ ତାଙ୍କ ସାନବୋହୁ ରେଖା ଶ୍ରୀବାସ୍ତବଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଅାହତ ହୋଇଛନ୍ତି। ଅାହତ ମାନଙ୍କୁ ରାଉରକେଲା ଅାଇଜିଏଚ୍‌ରେ ଭର୍ତ୍ତି କରାଯାଇଛି। ଅାଉ ବିସ୍ଫୋରଣରେ ଘରଦ୍ୱାର ହରାଇବା ପରେ ବେସାହାରା ପାଲଟିଯାଇଛନ୍ତି କିଛି ବସ୍ତି ବାସିନ୍ଦା।

ସମୟ ମଧ୍ୟାହ୍ନ ପ୍ରାୟ ୧୨ଟା। ତେଲୁଗୁବସ୍ତିର ବ୍ୟବସାୟୀ ଜବାହରଲାଲଙ୍କ କୋଠାଘରର ଉପର ମହଲାରେ ଘଟିଲା ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ଥରି ଉଠିଲା ସାରା ଇଲାକା। ଧୂଳି ଅାଉ ଧୂଆଁରେ ଭର୍ତ୍ତି ହୋଇଗଲା ସାରା ପରିବେଶ। କେହି କିଛି ସୁରାଗ୍ ପାଇପାରିନଥିଲେ । ତେବେ ପୁଲିସ୍ ଏବଂ ଅଗ୍ନିଶମ କର୍ମଚାରୀଙ୍କ କହିବା କଥା, ଅାଗକୁ ଦୀପାବଳି ଥିବାରୁ ବ୍ୟବସାୟୀ ଜବାହରଲାଲ୍ ଶ୍ରୀବାସ୍ତବ ଉପର ମହଲା ଘରେ ବାଣ ସହ କିଛି ବିସ୍ଫୋରକ ସାମଗ୍ରୀ ରଖିଥିଲେ। ଏପରିକି ଗ୍ୟାସ୍ ସିଲିଣ୍ଡର ମଧ୍ୟ ରହିଥିଲା । ତେଣୁ କୌଣସି କାରଣରୁ ବାଣ କିମ୍ବା ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଏଭଳି ଅଘଟଣ ହୋଇଥିବା ଅାଶଙ୍କା କରାଯାଉଛି।

ତେବେ ଦୁର୍ଘଟଣାସ୍ଥଳରେ ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ତଦନ୍ତ ଜାରି ରଖିଥିବାରୁ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବିସ୍ଫୋରଣ ପଛର ଅସଲ କାରଣ କଣ ?

https://youtu.be/IkbSnKSxtHU

Lpg-gas-explosion-in-rourkela
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories