ଭୁବନେଶ୍ୱର : ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ I ଏହି ଶିଶୁମାନଙ୍କ ଭିତରେ ଭରପୂର ପ୍ରତିଭା ଲୁଚି ରହିଛି I ଏହି ଶିଶୁମାନେ ଆସନ୍ତା କାଲିର ବୈଜ୍ଞାନିକ, ଗଣିତଜ୍ଞ, ଡାକ୍ତର, ରାଜନେତା, ବ୍ୟୁରୋକ୍ରାଟ ଓ ଆହୁରି ଅନେକ କିଛି I ଲୟୋଲା ସ୍କୁଲ ପକ୍ଷରୁ ଅନୁଷ୍ଠିତ ଲୟୋଲା ସିନର୍ଜି -2018ରେ ଏହା ପ୍ରମାଣ କରି ଦେଖାଇଛନ୍ତି କୁନି କୁନି ଶିଶୁ I
ସ୍କୁଲର ପ୍ରାୟ ଏକ ହଜାରରୁ ଅଧିକ ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ I ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ମଡେଲ ଓ ପ୍ରକଳ୍ପ ବେଶ ଆକର୍ଷଣୀୟ ହୋଇଥିଲା I ଏହି କାର୍ଯ୍ୟକ୍ରମକୁ ଏଡିଏମ ମନୋରଞ୍ଜନ ମଲ୍ଲିକ ଉଦଘାଟନ କରିଥିଲେ I
ପିଲାମାନଙ୍କ ଭିତରେ ଯେଉଁ ପ୍ରତିଭା ଲୁଚି ରହିଛି ତାହାର ପରିପ୍ରକାଶ ପାଇଁ ଲୟୋଲା ସିନର୍ଜି -2018 ଏକ ସୁଯୋଗ ବୋଲି ସ୍କୁଲର ଅଧ୍ୟକ୍ଷ ଫାଦର ଭିକ୍ଟର ଏଫ ମିସ୍କିଥ, ଏସଜେ କହିଥିଲେ I