୨୦ ତାରିଖରୁ ଦୈନିକ ଏକ ଘଣ୍ଟା ଖୋଲିବ କୋର୍ଟ

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ୨ୟ ପର୍ଯ୍ୟାୟ ଲକ୍‌ ଡାଉନ ଘୋଷଣା କରାଯାଇଛି। ସାରା ଦେଶରେ ମେ’ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ଲାଗି ରହିବ। ଏଥିପାଇଁ ସରକାରୀ, ବେସରକାରୀ ସ୍ତରରେ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିଛି। ବିଶେଷକରି କୋର୍ଟ କାମ ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହାକୁ ଦୃଷ୍ଟିରେ ରଖି ତଳକୋର୍ଟ କାର୍ଯ୍ୟ ଅବଧି ପରିବର୍ତ୍ତନ କରାଯାଇଛି । ଆସନ୍ତା ୨୦ ତାରିଖରୁ ଦିନକୁ ଏକ ଘଣ୍ଟା ପାଇଁ କୋର୍ଟ ଖୋଲିବାକୁ ହାଇକୋର୍ଟ ନିର୍ଦ୍ଦେଶ । ସକାଳୁଆ ଚାଲୁଥିବା କୋର୍ଟ ୯ଟାରୁ ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟ  କରିବ । ସକାଳ ସିଟିଂ ହେଉନଥିବା କୋର୍ଟ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି ବୋଲି ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

ଆସନ୍ତା ୨୦ ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହା ଚାଲୁ ରହିବ ବୋଲି ନୋଟିସରେ ଉଲ୍ଲେଖ ରହିଛି।

You might also like