ପାତରଅନ୍ତର କରୁଛି ମୌସୁମୀ: କେଉଁଠି ଭାସୁଛି ତ କେଉଁଠି ଶୁଖିଲା ପଡ଼ିଛି ଜମି

ଭୁବନେଶ୍ୱର: କେଉଁଠି ଭାସୁଛି ତ କେଉଁଠି ଶୁଖିଲା ପଡ଼ିଛି ଜମି। କୋରାପୁଟ ଜିଲ୍ଲା ନାରାୟଣପାଟଣା ଓ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଅଞ୍ଚଳରେ ଅବସ୍ଥା ସଙ୍ଗୀନ୍‌। ଅନିୟମିତ ଏବଂ ଆବଶ୍ୟକ ପରିମାଣର ବର୍ଷା ନଥିବାରୁ ଧାନ ତଳି ହଳଦିଆ ପଡ଼ିଗଲାଣି ତ କେଉଁଠି ପଡ଼ିଆ ପଡିଛି ଜମି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ବି ଅନୁରୂପ ସ୍ଥିତି। ଠିକଣା ସମୟରେ ବର୍ଷାର ଅଭାବ ଚାଷୀଙ୍କୁ ହତାଶ କରିଦେଇଛି।

ଏପଟେ ପରିସଂଖ୍ୟାନ କହୁଛି ଏପର୍ଯ୍ୟନ୍ତ ସାରା ରାଜ୍ୟରେ ୭.୧ ପ୍ରତିଶତ ଅଧିକ ବର୍ଷା ହୋଇଛି। ହେଲେ ଜିଲ୍ଲାଓ୍ୱାରୀ ସ୍ଥିତି ସଂପୂର୍ଣ୍ଣ ଅଲଗା। ୪ଟି ଜିଲ୍ଲା ଅନୁଗୁଳ, ସୁନ୍ଦରଗଡ଼, ବଲାଙ୍ଗୀର ଓ ନୂଆପଡ଼ାରେ ଆବଶ୍ୟକତାଠାରୁ ଯଥେଷ୍ଟ କମ୍ ଅର୍ଥାତ୍ ୧୯ ପ୍ରତିଶତରୁ କମ୍ ବର୍ଷା ହୋଇଛି। ତେଣୁ ଏସବୁ ଜିଲ୍ଲାରେ ଚାଷର ହାଲ୍ ଖରାପ। କେବଳ ସେତିକି ନୁହେଁ ୮ଟି ଜିଲ୍ଲାର ୧୭ଟି ବ୍ଲକ୍‌ରେ ମାଇନସ୍ ୩୯ ପ୍ରତିଶତରୁ ମାଇନସ୍ ୫୯ ପ୍ରତିଶତ ବର୍ଷା ଯୋଗୁଁ ଏସବୁ ଅଞ୍ଚଳରେ ସ୍ଥିତି ଗମ୍ଭୀର। ତେବେ ଆଗକୁ ଲଘୁଚାପର ସମ୍ଭାବନା ଥିବାରୁ ସ୍ଥିତି ସ୍ୱାଭାବିକ ହେବା ନେଇ ଆଶା ରଖିଛନ୍ତି ଡେପୁଟି ରିଲିଫ୍ କମିଶନର।

You might also like