ପୋକରା ପିଡିଏସ୍‌ ଚାଉଳ

ଢେଙ୍କାନାଳ: ପୋକରା ପିଡିଏସ୍ ଚାଉଳକୁ ନେଇ ଦେଖାଦେଇଛି ଉତ୍ତେଜନା। ଢେଙ୍କାନାଳ ମ୍ୟୁନ୍ସିପାଲଟିର ୧ ନମ୍ବର ଓ୍ୱାର୍ଡରେ ପୋକରା ପିଡିଏସ୍ ଚାଉଳ ଦିଆଯାଇଥିବା ଅଭିଯୋଗ ହୋଇଛି। ଲୋକଙ୍କୁ ଯେଉଁ ଚାଉଳ ଦିଆଯାଇଛି, ସେଥିରୁ ପୋକ ବାହାରୁଛି। ଏଥିସହ ରୋଷେଇ କରିବା ବେଳେ ପ୍ରବଳ ଗନ୍ଧ ହେଉଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି।

ଏହାକୁ ନେଇ ପର୍ବତିଆ, ଜୁଆଙ୍ଗ, ନୂଆସାହିର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେହିପରି ଚାଉଳ ଫେରାଇ ନେବାକୁ ସେମାନେ ମଧ୍ୟ ଦାବି କରିଛନ୍ତି। ଏହା ଉପରେ ମ୍ୟୁନ୍ସିପାଲଟି ଚେୟାରମ୍ୟାନ କହିଛନ୍ତି, ଏହାର ତଦନ୍ତ କରାଯିବ। ଯିଏ ବି ଏଥିପାଇଁ ଦାୟୀ, ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକରାଯିବ।

You might also like