ନୟାଗଡ଼ : ପାଣି ବଦଳରେ ମିଳୁଛି ଜହର। ଟଙ୍କା ଖର୍ଚ୍ଚ କରି ଗ୍ରାହକ କିଣୁଥିବା ପାଉଚ୍ ପାଣି ନିଜର ଶୁଦ୍ଧତା ବଜାୟ ରଖୁନଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲ୍ଲାରୁ ଅାସିଛି ଏଭଳି ଅଭିଯୋଗ। ଜିଲ୍ଲାରେ ବିକ୍ରି ହେଉଥିବା ପାଉଚ୍ ପାଣି ଗୁଡିକ ନିମ୍ନମାନର ହୋଇଥିବାବେଳେ ଏଥିରେ ପ୍ୟାକିଙ୍ଗ୍ ଏବଂ ଏକ୍ସପାଏରୀ ତାରିଖ ଲେଖା ନଥିବା ଅଭିଯୋଗ ହୋଇଛି ।
ଫଳରେ ଏହା କେବେ ତିଅାରି ହୋଇଛି ସେ ସଂପର୍କରେ ଜାଣି ପାରୁନାହାନ୍ତି ଗ୍ରାହକ। ଏପରିକି ପାଉଚ୍ ପାଣିର ସ୍ୱାଦ ବି ଭଲ ନଥିବା ଅଭିଯୋଗ ହୋଇଛି। ସେପଟେ ଜିଲ୍ଲାରେ ଖାଦ୍ୟ ପଦାର୍ଥ ଯାଂଚ ପାଇଁ ଫୁଡ୍ ସିକ୍ୟୁରିଟି ସେଭଳି ଦୃଢ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଏଭଳି କାରବାର ବେଧଡକ ଚାଲିଥିବା ଅଭିଯୋଗ ହୋଇଛି। ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, ଫୁଡ ସିକ୍ୟୁରିଟି ଅଫିସରଙ୍କୁ ଯାଞ୍ଚ ପାଇଁ ପଠାଇବେ।